ମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଡ଼ାକ୍ତରଙ୍କ ନିନ୍ଦା

ଅନୁଗୁଳ: ନିକଟରେ କୋଲକାତାର ଆର୍‌ଜି କର ମେଡ଼ିକାଲ କଲେଜ୍‌ରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଆଜି ଅନୁଗୁଳର ଡାକ୍ତରମାନେ କଳା ବ୍ୟାଜ ପିନ୍ଧିବା ସହ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି। ଅଭିଯୁକ୍ତକୁ ଫାଶୀ ଦେବାସହ ଏ ଘଟଣାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଇଏମ୍‌ଏ ରାଜ୍ୟ ପୂର୍ବତନ ସଭାପତି ଡ଼ା ପ୍ରଭାତ କୁମାର […]

ମହିଳା ଡାକ୍ତରଙ୍କୁ ହତ୍ୟା ପ୍ରତିବାଦରେ ଡ଼ାକ୍ତରଙ୍କ ନିନ୍ଦା
ଅନୁଗୁଳ: ନିକଟରେ କୋଲକାତାର ଆର୍‌ଜି କର ମେଡ଼ିକାଲ କଲେଜ୍‌ରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଆଜି ଅନୁଗୁଳର ଡାକ୍ତରମାନେ କଳା ବ୍ୟାଜ ପିନ୍ଧିବା ସହ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି। ଅଭିଯୁକ୍ତକୁ ଫାଶୀ ଦେବାସହ ଏ ଘଟଣାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଇଏମ୍‌ଏ ରାଜ୍ୟ ପୂର୍ବତନ ସଭାପତି ଡ଼ା ପ୍ରଭାତ କୁମାର ପଣ୍ଡା ଏବଂ ଓମସା ସମ୍ପାଦକ ଡ଼ା ବିଶ୍ୱଜିତ୍‌ ସାମଲଙ୍କ ନେତୃତ୍ୱରେ ଏହି ଘଟଣା ନେଇ ଡାକ୍ତରମାନେ କଳା ବ୍ୟାଜ ପିନ୍ଧିବା ସହ ଚିକିତ୍ସା ଯୋଗାଉଥିବା ଡାକ୍ତର ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଥିଲେ। ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ଡ଼ା ପ୍ରଦୀପ ଧର, ଡ଼ା ଜ୍ଞାନରଞ୍ଜନ ବିଶ୍ଵାଳ, ଡ଼ା ଦୀପକ ଗଡ଼ନାୟକ, ଡ଼ା ଚୈତନ୍ୟ ମାରାଣ୍ଡି, ଡ଼ା ସୌମ୍ୟକାନ୍ତ ବିଶୋଇ, ଡ଼ା ରଶ୍ମିତା ଭଞ୍ଜଦେଓ, ଡ଼ା ଲୋପାମୁଦ୍ରା ଦାସ, ଡ଼ା ରାନୁ ‌ପ୍ରିୟମ୍ବଦା ବିଶ୍ଵାଳ ଓ ଅନ୍ୟମାନେ ଯୋଗ ଦେଇଥିଲେ।ଡାକ୍ତର ମାନଙ୍କ ଉପରେ ଆକ୍ରମଣ ଏବଂ ମହିଳା ଡାକ୍ତରଙ୍କ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ନକଲେ ଦେଶ ବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ କରିବେ ବୋଲି ମତ ଦେଇଥିଲେ ।