ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଶନିବାର ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ଵର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସର୍ବପ୍ରଥମେ ମୁଖ୍ୟ ଅତିଥି ସର୍ବଭାରତୀୟ ସ୍ତରରେ ଆୟୋଜିତ ସାମୁହିକ ଔଷଧ ସେବନର ଶୁଭରମ୍ଭ କାର୍ଯ୍ୟକ୍ରମରେ […]

ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ
ଅନୁଗୁଳ: ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଶନିବାର ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ଵର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସର୍ବପ୍ରଥମେ ମୁଖ୍ୟ ଅତିଥି ସର୍ବଭାରତୀୟ ସ୍ତରରେ ଆୟୋଜିତ ସାମୁହିକ ଔଷଧ ସେବନର ଶୁଭରମ୍ଭ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇ ଓଡିଶାର ପ୍ରସ୍ତୁତିକୁ ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଣ୍ଡାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥ‌ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫାଇଲେରିଆ ମୁକ୍ତ ସୁସ୍ଥ ଓଡିଶାର ଗଠନ ବୋଲି କହିଥିଲେ। ଛାତ୍ର ଛାତ୍ରୀ ରାଜ୍ୟର ଭବିଷ୍ୟତ ହୋଇଥିବାରୁ ଏବଂ ଏହି ଅଭିଯାନର ସଠିକ୍ ବାର୍ତ୍ତା ସମସ୍ତଙ୍କ ନିକଟକୁ ପହଞ୍ଚାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଚୌଧୁରୀ ପ୍ରଧାନ, ଜିଲ୍ଲାପାଳ ଅଦ୍ଦାଲ ଏମ୍ ଅଖତାର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ.ନିଳକଣ୍ଠ ମିଶ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ, ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ନିଳାଞ୍ଚଳ ପଟେଲ, ଛାତ୍ର ଛାତ୍ରୀ,ସ୍ବାସ୍ଥ୍ୟ କର୍ମୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।