ବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଅନୁଗୁଳ: ରାଜ୍ୟରେ ମୋହନ ସରକାର ଆସିବା ପରେ ହୋମଗାର୍ଡଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି। ହୋମଗାର୍ଡଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟରେ ୨୨୯୮ ନୂତନ ଗୃହରକ୍ଷୀ ନିଯୁକ୍ତି ସହ ପୋଲିସ କର୍ମଚାରୀ ଭଳି ସୁବିଧା ପାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଦୀର୍ଘ ୨୪ ବର୍ଷ ଧରି ନିଷ୍ପେସିତ ଥିବା ହୋମଗାର୍ଡଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ନିଖିଳ […]

ବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଅନୁଗୁଳ: ରାଜ୍ୟରେ ମୋହନ ସରକାର ଆସିବା ପରେ ହୋମଗାର୍ଡଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି। ହୋମଗାର୍ଡଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟରେ ୨୨୯୮ ନୂତନ ଗୃହରକ୍ଷୀ ନିଯୁକ୍ତି ସହ ପୋଲିସ କର୍ମଚାରୀ ଭଳି ସୁବିଧା ପାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଦୀର୍ଘ ୨୪ ବର୍ଷ ଧରି ନିଷ୍ପେସିତ ଥିବା ହୋମଗାର୍ଡଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ନେଇ ଅନୁଗୁଳ ଜିଲ୍ଲା ଗୃହରକ୍ଷୀ ମହାସଂଘ ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ଆଇନ ପରାମର୍ଶଦାତା ପ୍ରଭାତିନୀ ଆଚାର୍ଯ୍ୟ, ଜିଲ୍ଲା ସଭାନେତ୍ରୀ ମାମି ବେହେରା, ସାଧାରଣ ସମ୍ପାଦକ ଦିଲ୍ଲୀପ ଭୁତିଆ ପ୍ରମୁଖ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।