ଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୁଳ ପୌରପାଳିକା ୨୨ ନମ୍ୱର୍ ୱାର୍ଡର ବାସିନ୍ଦା ତଥା ବିଶିଷ୍ଟ ବ୍ୟବସାୟୀ ଅଶୋକ ମାଣ୍ଡୋଠିଆଙ୍କୁ ପୁରସ୍କୃତ କରାଯାଇଛି। ସହରର ସର୍ବାଧିକ ଟିକସଦାତା ଭାବେ ମୁଖ୍ୟ ଅତିଥି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଙ୍କୁ ମାନପତ୍ର,ଟ୍ରଫି ଏବଂ ଉପଢୌକନ ଦେଇ ପୁରସ୍କୃତ କରିଥିଲେ। ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ,ପୌର ଉପାଧ୍ୟକ୍ଷା ଅନୁପମା ସାହୁ ଏବଂ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ […]

ଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ
ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୁଳ ପୌରପାଳିକା ୨୨ ନମ୍ୱର୍ ୱାର୍ଡର ବାସିନ୍ଦା ତଥା ବିଶିଷ୍ଟ ବ୍ୟବସାୟୀ ଅଶୋକ ମାଣ୍ଡୋଠିଆଙ୍କୁ ପୁରସ୍କୃତ କରାଯାଇଛି। ସହରର ସର୍ବାଧିକ ଟିକସଦାତା ଭାବେ ମୁଖ୍ୟ ଅତିଥି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଙ୍କୁ ମାନପତ୍ର,ଟ୍ରଫି ଏବଂ ଉପଢୌକନ ଦେଇ ପୁରସ୍କୃତ କରିଥିଲେ। ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ,ପୌର ଉପାଧ୍ୟକ୍ଷା ଅନୁପମା ସାହୁ ଏବଂ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ମାଣ୍ଡୋଠିଆ ରୋଟାରୀ ଅନୁଗୁଳ ରୟାଲ ସମେତ ବିଭିନ୍ନ ସଂସ୍ଥା ସହିତ ଜଡ଼ିତ ।