ଅନୁଗୁଳ ବିଜେଡି ପକ୍ଷରୁ ଆରମ୍ଭ ହେଲା ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ

ଅନୁଗୁଳ: ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ। ଆଜି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ କରକମଳରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ସଭାଘର ଠାରେ ଜିଲ୍ଲାସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ […]

ଅନୁଗୁଳ ବିଜେଡି ପକ୍ଷରୁ ଆରମ୍ଭ ହେଲା ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ
ଅନୁଗୁଳ: ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ। ଆଜି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ କରକମଳରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ସଭାଘର ଠାରେ ଜିଲ୍ଲାସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ପୂର୍ବତନ ବିଧାୟକ ମୁକେଶ କୁମାର ପାଳ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ନଗରପାଳ, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତସ୍ତରୀୟ ନେତୃମଣ୍ଡଳୀ ସହଯୋଗ କରିଥିଲେ।