ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରାରମ୍ଭ, ଯୋଗ ଦେଲେ ହଜାର ହଜାର ଭକ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗ ପୀଠରେ ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ସକାଳୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ ଟାରେ ଢୋଲ, ନିଶାଣ, ଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା’ଙ୍କ ଆଗମନ ପରଙ୍ଗ ଗ୍ରାମରୁ ଠାକୁରାଣୀ ପୀଠକୁ ହୋଇଥିଲା। ଏହି ଯାତ୍ରାରେ ବେଢା ଭିତରେ ଅଧିଆ ପଡ଼ିଥିବା ଭକ୍ତ ଆଶୀର୍ବାଦ ଲାଭ କରିଥିଲେ। ଏ ଅବସରରେ ଗ୍ରାମ କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ପ୍ରସାଦର […]

ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରାରମ୍ଭ, ଯୋଗ ଦେଲେ ହଜାର ହଜାର ଭକ୍ତ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗ ପୀଠରେ ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ସକାଳୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ ଟାରେ ଢୋଲ, ନିଶାଣ, ଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା’ଙ୍କ ଆଗମନ ପରଙ୍ଗ ଗ୍ରାମରୁ ଠାକୁରାଣୀ ପୀଠକୁ ହୋଇଥିଲା। ଏହି ଯାତ୍ରାରେ ବେଢା ଭିତରେ ଅଧିଆ ପଡ଼ିଥିବା ଭକ୍ତ ଆଶୀର୍ବାଦ ଲାଭ କରିଥିଲେ। ଏ ଅବସରରେ ଗ୍ରାମ କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଯାତ୍ରାରେ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ପରଙ୍ଗ ଗ୍ରାମ କମିଟି ପକ୍ଷରୁ ଏହି ଯାତ୍ରା ଆୟୋଜିତ ହୋଇଥିଲା।