ପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ: ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମେଡିକାଲ ଆଲାଉନ୍ସ ଏବଂ ହାଉସ ରେଣ୍ଟ ଆଲାଉନ୍ସ କରିଦେବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୨୦୧୧ ମସିହାରେ ଗିରଫ ହୋଇଥିବା ଅନୁଗୁଳ ଜିଲ୍ଲା ସପ୍ଲାଏ ଏବଂ ମାର୍କେଟିଙ୍ଗ ସୋସାଇଟିର ସିଇଓ ତଥା ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପୂର୍ବତନ ଆଡିସନାଲ ପି.ଡି ସୌମେନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ଜଜ ୨ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ସୂଚନା ମୁତାବକ, ୨୦୧୧ ମସିହାରେ […]

ପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
ଅନୁଗୁଳ: ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମେଡିକାଲ ଆଲାଉନ୍ସ ଏବଂ ହାଉସ ରେଣ୍ଟ ଆଲାଉନ୍ସ କରିଦେବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୨୦୧୧ ମସିହାରେ ଗିରଫ ହୋଇଥିବା ଅନୁଗୁଳ ଜିଲ୍ଲା ସପ୍ଲାଏ ଏବଂ ମାର୍କେଟିଙ୍ଗ ସୋସାଇଟିର ସିଇଓ ତଥା ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପୂର୍ବତନ ଆଡିସନାଲ ପି.ଡି ସୌମେନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ଜଜ ୨ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ସୂଚନା ମୁତାବକ, ୨୦୧୧ ମସିହାରେ ଅନୁଗୁଳର ତତ୍କାଳୀନ ଜିଲ୍ଲା ସପ୍ଲାଏ ଏବଂ ମାର୍କେଟିଙ୍ଗ ସୋସାଇଟିର ସିଇଓ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପୂର୍ବତନ ଆଡିସନାଲ ପିଡି ସୌମେନ୍ଦ୍ର ଚୌଧୁରୀଙ୍କ ନିକଟରେ ସରୋଜ କାନ୍ତ ଦେହୁରୀ ନାମକ ଜଣେ ବ୍ୟକ୍ତି ପିଅନ ଭାବେ କାର୍ଯ୍ୟ କରୁଥିଲେ। ସରୋଜଙ୍କ ମେଡିକାଲ ଆଲାଉନ୍ସ ଏବଂ ଘର ଭଡା ପାଇଁ ଶ୍ରୀ ଚୌଧୁରୀ ପ୍ରତିମାସରେ ତାଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ଆକାରରେ ନେଉଥିଲେ। ସରୋଜ ଚାରି ମାସ ଯାଏ ୨ ହଜାର ଟଙ୍କା ଲାଞ୍ଚ ଦେବା ପରେ ଆଉ ଦେଇନଥିଲେ। ଫଳରେ ଶ୍ରୀ ଚୌଧୁରୀ ଗତ ୪.୫.୨୦୧୧ ରେ ପୁଣି ସରୋଜକୁ ଟଙ୍କା ମାଗିଥିଲେ। ଏନେଇ ସେ ଭିଜିଲାନସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ସରୋଜ ଗତ ୫.୫. ୨୦୧୧ ଦିନ ଶ୍ରୀ ଚୌଧୁରୀଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବୁଧବାର ଭିଜିଲାନ୍ସ କୋର୍ଟ ଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ମାମଲାର ଶୁଣାଣି କରି ସୌମେନ୍ଦ୍ର ଚୌଧୁରୀ ଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଣି କରିବା ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟ ପିପି ଦିଲ୍ଲୀପ ମହାନ୍ତି କେସ୍ ପରିଚାଳନା କରୁଥିଲେ।