ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଏହି ପୂଜା ଗାଁ ନିକଟ ପାହାଡ଼ ଖୋଲରେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏହି ପୂଜା ଦ୍ଵାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି। ଫଳରେ ମାଟି ମା’ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ଏହି ଯଜ୍ଞ ୬୪ୠଷିଙ୍କ ଆବାହନ ସ୍ଥାପନ କରି ରୀତିନୀତି ଅନୁଯାୟୀ କରାଯାଏ l ଏହି ପୂଜା ଓ ଯଜ୍ଞ […]

ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ
ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଏହି ପୂଜା ଗାଁ ନିକଟ ପାହାଡ଼ ଖୋଲରେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏହି ପୂଜା ଦ୍ଵାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି। ଫଳରେ ମାଟି ମା’ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ଏହି ଯଜ୍ଞ ୬୪ୠଷିଙ୍କ ଆବାହନ ସ୍ଥାପନ କରି ରୀତିନୀତି ଅନୁଯାୟୀ କରାଯାଏ l ଏହି ପୂଜା ଓ ଯଜ୍ଞ ତିନିଦିନ ଧରି ହେଉଥିବା ବେଳେ ଚଳିତ ବର୍ଷ ଗୋଟିଏ ଦିନରେ ଶେଷ ହୋଇଛି l ପୂଜକ ବନମାଳୀ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ କଂଜା ଗ୍ରାମର ସଭାପତି ଶୁକଦେବ ବିଶ୍ୱାଳ, କାଳିଆ ଦେହୁରୀ, ଅଶୋକ ଗଡ଼ନାୟକ, ଗଣେଶ୍ୱର ଦେହୁରୀ, କିଶୋର ଗଡ଼ନାୟକ, ଆର୍ତ୍ତତ୍ରାଣ ଗଡ଼ନାୟକ, ନାକଫୁଡ଼ି ବେହେରା, ହେମନ୍ତ ସାହୁ, ଶ୍ରୀକାନ୍ତ ବେହେରା, ସନ୍ତୋଷ ବେହେରା, ଗୟାଧର ସାହୁ, ଧ୍ରୁବ ଦେହୁରୀ, ଦୀନବନ୍ଧୁ ଗଡ଼ନାୟକ, ଗୋପାଳ ବିଶ୍ୱାଳ, ପବିତ୍ର ବେହେରାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।