ଅଶ୍ରୁର ୨୦ତମ ଜିଲ୍ଲା ସମ୍ମିଳନୀ ଉଦ୍‌ଘାଟିତ

ଅନୁଗୁଳ: ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟ୍ରିଭ୍‌ ୟୁନିୟନ ଅନୁଗୁଳ ଜିଲ୍ଲା କମିଟିର ୨୦ତମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ତ୍ରୀମୂର୍ତ୍ତି ଟେଣ୍ଟ ହାଉସ ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଗୁଳର ସହକାରୀ ଜିଲ୍ଲାପାଳ ସୌଦାଗର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଯୁଗ୍ମ ଶ୍ରମ କମିଶନର ମହେଶ୍ୱର ନାଏକ ଓ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସରକାର ଯେମିତି ସରକାରୀ ଔଷଧ […]

ଅଶ୍ରୁର ୨୦ତମ ଜିଲ୍ଲା ସମ୍ମିଳନୀ ଉଦ୍‌ଘାଟିତ
ଅନୁଗୁଳ: ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟ୍ରିଭ୍‌ ୟୁନିୟନ ଅନୁଗୁଳ ଜିଲ୍ଲା କମିଟିର ୨୦ତମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ତ୍ରୀମୂର୍ତ୍ତି ଟେଣ୍ଟ ହାଉସ ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଗୁଳର ସହକାରୀ ଜିଲ୍ଲାପାଳ ସୌଦାଗର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଯୁଗ୍ମ ଶ୍ରମ କମିଶନର ମହେଶ୍ୱର ନାଏକ ଓ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସରକାର ଯେମିତି ସରକାରୀ ଔଷଧ ଜନ ଔଷଧି କେନ୍ଦ୍ର ମାଧ୍ୟମରେ କମ୍‌ ପଇସାରେ ଔଷଧ ଯୋଗାଇ ଦେଉଛନ୍ତି ସେହିପରି ବେସରକାରୀ ଔଷଧ କମ୍ପାନୀ ଓ ଡାକ୍ତରଖାନା ଗୁଡ଼ିକରେ ଚଢାଦରରେ ବିକ୍ରୀ ହେଉଥିବା ଔଷଧ ଉପରେ କଟକଣା ଲଗାଯାଉ । ଏଥିସହିତ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ସ୍ବାସ୍ଥ୍ୟବୀମା ଯୋଜନା କରି ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ପରି ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସାର ମାନ ବୃଦ୍ଧି କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ । ଔଷଧ ଉପରେ ଲାଗୁଥିବା ଜିଏସଟିକୁ ଅପସାରଣ କରାଯାଉ । ବିକ୍ରୟ ପ୍ରତିନିଧୀ ସୁରକ୍ଷା କାର୍ଯ୍ୟ ୧୯୭୬ ଲାଗୁ କରାଯାଉ,ଡାଟା ଗୋପନୀୟତା ରକ୍ଷା କରିବା,ଫ୍ରେମ୍‌ ବିଧିଗତ କାର୍ଯ୍ୟ ବିକ୍ରୟ ପ୍ରୋତ୍ସାହନ କର୍ମଚାରୀଙ୍କୁ ନିୟମ ଲାଗୁ କରିବା,ସରକାରୀ ଡାକ୍ତରଖାନା ଏବଂ ଅନୁଷ୍ଠାନରେ କାର୍ଯ୍ୟ କରିବାର ଅଧିକାର ଏବଂ ୮ ଘଣ୍ଟା କାର୍ଯ୍ୟର ବିଜ୍ଞପ୍ତି ନିଶ୍ଚିତ କରାଯାଉ। ୪ ଶ୍ରମିକ ବିରୋଧୀ ସଂକେତକୁ ସ୍କ୍ରାପ୍‌ କରାଯାଉ ବୋଲି ସମ୍ମିଳନୀ ସରକାରଙ୍କୁ ଆହ୍ବାନ କରାଯାଇଥିଲା। ମଞ୍ଚରେ ସିଟୁର କାର୍ଯ୍ୟକାରୀ ସଭାପତି ସୀତାରାମ ପ୍ରଧାନ,ଅଶ୍ରୁର ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ, ରାଜ୍ୟ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତି ଥିଲେ।ଆସନ୍ତା ବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା ଯେଉଁଥିରେ ସଭାପତି ପ୍ରହଲ୍ଲାଦ ରଥ,ସମ୍ପାଦକ ସାଗର ସଙ୍ଗମ ମହାପାତ୍ର,କୋଷାଧ୍ୟକ୍ଷ ନିର୍ମଳ ମହାନ୍ତି,ଉପ ସଭାପତି ମହେଶ ଦେଓ ମନୋନୀତ ହୋଇଥିଲେ। ବୈଠକରେ ଆସନ୍ତା ଡ଼ିସେମ୍ବର ୭ ଓ ୮ ତାରିଖ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମେଡିକାଲ ରିପ୍ରେଜେଣ୍ଟ୍ରିଭ୍ ମାନେ ଯୋଗ ଦେଇଥିଲେ ।