କଣ୍ଟାବଣିଆ ଛକରେ ଜଳୁ ନାହିଁ ଷ୍ଟିଟ ଲାଇଟ୍। ଫାଇଦା ଉଠାଉଛନ୍ତି ଅପରାଧୀ।
କଣ୍ଟାବଣିଆ ଛକରେ ଜଳୁ ନାହିଁ ଷ୍ଟିଟ ଲାଇଟ୍। ଫାଇଦା ଉଠାଉଛନ୍ତି ଅପରାଧୀ।
ଓଡ଼ାପଡ଼ା ତା ୫,୨,୨୫ । ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଛକରେ ଦିର୍ଘ ଦିନରୁ ଷ୍ଟିଟ ଲାଇଟ୍ ଜଳୁ ନଥିବା ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛନ୍ତି। ଏଦିଗରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।ଛକ ଅଞ୍ଚଳ ଅନ୍ଧାର ରହୁଥିବା ରୁ ଚୋରି ଡକାୟତି ସହିତ ରାସ୍ତାରେ ଠିଆ ହୋଇ ରହିଥିବା ଗାଡି ମୋଟର ରୁ ତେଲ ଓ ବେଟ୍ରି ଚୋରୀ ହେଉଥିବା ଅଭିଯୋଗ ହୋଇଛି।ଏହି ଲାଇଟ୍ ଗୁଡିକ ଟାଟା ଷ୍ଟିଲ ମେରା ମଣ୍ଡଳୀ ପକ୍ଷରୁ ଲଗା ଯାଇଥିଲେ ମଧ୍ୟ ମରାମତି କରାଯାଇ ନାହିଁ। ଯାହା ଫଳରେ କଣ୍ଟାବଣିଆ ଛକ ର କିଛି ଅଂଶ ଅନ୍ଧାର ରହୁଥିବା ଦେଖିବାକୁ ମିଳିଛି।ଏ ଗୁଡ଼ିକୁ ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି।