ଜାତୀୟ କ୍ରୀଡ଼ା ଦିବସ ପାଳନ

ଅନୁଗୁଳ: ଜାତୀୟ କ୍ରିଡା ବିବସ ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏକ ୱାକଥନ ରାଲି ଅନୁଗୁଳ ସହର ସ୍ଥିତ ଜଗନ୍ନାଥ ମନ୍ଧିର ପ୍ରାଙ୍ଗଣରୁ ବାହାରି ଷ୍ଟାଡିୟମ ପରିଷରରେ ଶେଷ ହୋଇଥିଲା । ଜିଲା କ୍ରିଡା ଅଧିକାରୀ ଅକ୍ଷୟ କୁମାର ସେଠଙ୍କ ତତ୍ବାବଧାନରେ ଉକ୍ତ ରାଲି ଜଗନ୍ନାଥ ମନ୍ଧିରରୁ ଆରମ୍ଭ ହୋଇ ବିଇଡି ଟ୍ରେନିଙ୍ଗ ଛକ,ଶିଶୁ ଉଦ୍ୟାନ ଛକ, ସରକିଟ୍ ହାଉସ ଛକ, ଥାନା ଛକ ଦେଇ ଷ୍ଟାଡିୟମରେ ଶେଷ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲା ପରିଷଦର […]

ଜାତୀୟ କ୍ରୀଡ଼ା ଦିବସ ପାଳନ
ଅନୁଗୁଳ: ଜାତୀୟ କ୍ରିଡା ବିବସ ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏକ ୱାକଥନ ରାଲି ଅନୁଗୁଳ ସହର ସ୍ଥିତ ଜଗନ୍ନାଥ ମନ୍ଧିର ପ୍ରାଙ୍ଗଣରୁ ବାହାରି ଷ୍ଟାଡିୟମ ପରିଷରରେ ଶେଷ ହୋଇଥିଲା । ଜିଲା କ୍ରିଡା ଅଧିକାରୀ ଅକ୍ଷୟ କୁମାର ସେଠଙ୍କ ତତ୍ବାବଧାନରେ ଉକ୍ତ ରାଲି ଜଗନ୍ନାଥ ମନ୍ଧିରରୁ ଆରମ୍ଭ ହୋଇ ବିଇଡି ଟ୍ରେନିଙ୍ଗ ଛକ,ଶିଶୁ ଉଦ୍ୟାନ ଛକ, ସରକିଟ୍ ହାଉସ ଛକ, ଥାନା ଛକ ଦେଇ ଷ୍ଟାଡିୟମରେ ଶେଷ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ ସିଂ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକରୀ ପଦ୍ମନାଭ ସାମନ୍ତରାଏ ଓ ଗୋଷ୍ଠି ଉନ୍ନୟନ ଅଧୁକାର ଡ.ବିଶ୍ଵଭୁଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାହ୍ନରେ ବ୍ୟାଡମିଟନ ପ୍ରଶିକ୍ଷକ ବିଶ୍ଵଜିତ ବିଶ୍ଵରଞନ ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଇଣ୍ଡୋର ଷ୍ଟାଡିୟମରେ ପିଲାମାନଙ୍କ ମଧ୍ୟରେ ଏକ ବ୍ୟାଡମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପଜିଲାପାଳ ବରେଣ୍ୟନ୍ଦୁ ମହାନ୍ତି ଯୋଗଦେଇ କ୍ରିଡା ଦୌନଦିନ ଜୀବନର ଏକ ଅବିଚ୍ଛେବ ଅଙ୍ଗ,ପ୍ରତିଦିନ ଖେଳ ପାଇଁ ସମସ୍ତ ମଣିଷ କିଛି ସମୟ ବାହାର କରି ସୁସ୍ଥ ଓ ନିରୋଗ ରହିବା ଉଚିତ। ଭଲ ଖେଳ ପ୍ରଦର୍ଶନ କରି ଜିଲା ରାଜ୍ୟ ତଥା ଦେଶର ନାମକୁ ଗୌରାବାନ୍ତିତ କରିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ ।