ଆଜିଠୁ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳର ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳରେ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ସ୍କୋଏ ସଂଘର ସାଧାରଣ ସମ୍ପାଦକ ଏସ.କେ ସଲ୍ଲାଉଦ୍ଦିନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ଶିଠ, ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ, […]

ଆଜିଠୁ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ
ଅନୁଗୁଳ: ଆଜିଠାରୁ ଅନୁଗୁଳର ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳରେ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ସ୍କୋଏ ସଂଘର ସାଧାରଣ ସମ୍ପାଦକ ଏସ.କେ ସଲ୍ଲାଉଦ୍ଦିନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ଶିଠ, ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ, ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ସଫଳତା ଏବଂ ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ ନିବେଦନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସମଗ୍ର ଓଡିଶାର ୩୦ ଜିଲ୍ଲାରୁ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ଭାଗ ନେବେ ରାଜ୍ୟ ସାଧାରଣ ସମ୍ପାଦକ ଓ ସଭାପତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।