ଟିଉସନରେ ସହପାଠୀକୁ ଛୁରିରେ ଆକ୍ରମଣ ବେଳେ ନିଜ ହାତ ଶିରା କାଟିଲା ନାବାଳକ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଟିଉସନରେ ସହପାଠୀକୁ ଛୁରୀରେ ଆକ୍ରମଣ କରିବା ବେଳେ ନିଜ ହାତ ଶିର କାଟିଲା ସ୍କୁଲ ଛାତ୍ର। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କାଣ୍ଡସର ଧୋବା ସାହି ସ୍ଥିତ ଏକ ଘରୋଇ ସ୍କୁଲର ଟିଉସନରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଛାତ୍ରକୁ ପ୍ରଥମେ ସରକାରୀ ହସ୍ପିଟାଲ ଓ ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କାଣ୍ଡସର ଧୋବା ସାହି ସ୍ଥିତ ଏକ ଘରୋଇ ସ୍କୁଲରେ ସନ୍ଧ୍ୟା […]

ଟିଉସନରେ ସହପାଠୀକୁ ଛୁରିରେ ଆକ୍ରମଣ ବେଳେ ନିଜ ହାତ ଶିରା କାଟିଲା ନାବାଳକ ଛାତ୍ର, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ଟିଉସନରେ ସହପାଠୀକୁ ଛୁରୀରେ ଆକ୍ରମଣ କରିବା ବେଳେ ନିଜ ହାତ ଶିର କାଟିଲା ସ୍କୁଲ ଛାତ୍ର। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କାଣ୍ଡସର ଧୋବା ସାହି ସ୍ଥିତ ଏକ ଘରୋଇ ସ୍କୁଲର ଟିଉସନରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଛାତ୍ରକୁ ପ୍ରଥମେ ସରକାରୀ ହସ୍ପିଟାଲ ଓ ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କାଣ୍ଡସର ଧୋବା ସାହି ସ୍ଥିତ ଏକ ଘରୋଇ ସ୍କୁଲରେ ସନ୍ଧ୍ୟା ବେଳେ ୮ମରୁ ୧୦ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯାଏ। ଅନ୍ୟ ସ୍କୁଲର ପିଲା ମଧ୍ୟ ଏଠାକୁ ଟିଉସନ ପାଇଁ ଆସନ୍ତି। ଗତକାଲି ଶିକ୍ଷକଙ୍କ ଅନୁପସ୍ଥିତିରେ ନବମ ଶ୍ରେଣୀର ଦୁଇ ନାବାଳକ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଛାତ୍ର ବ୍ୟାଗରୁ ଏକ ଛୁରି କାଢ଼ି ସହପାଠୀକୁ ଆକ୍ରମଣ ଉଦ୍ୟମ କରିଥିଲା। କିନ୍ତୁ ସହପାଠୀ ନିଜକୁ ବଞ୍ଚାଇବାକୁ ତା’ ହାତ ଧରି ଦେବାରୁ ଆକ୍ରମଣ ଉଦ୍ୟମ କରିଥିବା ଛାତ୍ରର ନିଜ ହାତ ଶିର କଟିଯାଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଶିକ୍ଷକ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇ ତାକୁ ତୁରନ୍ତ ଚିକିତ୍ସା ପାଇଁ ନାଲକୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଆହତଙ୍କୁ ଅନ୍ୟତ୍ର ପଠାଯାଇଛି। ତେବେ ଏ ନେଇ ନାଲକୋ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।