ସୁଭଦ୍ରା ଯୋଜନା ପାଇଁ ପଦଯାତ୍ରା ଓ ସ୍ୱାକ୍ଷର ଅଭିଯାନ ଆୟୋଜିତ

ଅନୁଗୁଳ : ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଲୋକପ୍ରିୟତା ହାସଲ କରିଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ୫୦୦ ଶହରୁ ଊର୍ଦ୍ଧ୍ୱ ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ସୁଭଦ୍ରା ହିତାଧିକାରୀ ମା’ମାନେ ଏହି ପଦଯାତ୍ରାରେ […]

ସୁଭଦ୍ରା ଯୋଜନା ପାଇଁ ପଦଯାତ୍ରା ଓ ସ୍ୱାକ୍ଷର ଅଭିଯାନ ଆୟୋଜିତ
ଅନୁଗୁଳ : ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଲୋକପ୍ରିୟତା ହାସଲ କରିଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ୫୦୦ ଶହରୁ ଊର୍ଦ୍ଧ୍ୱ ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ସୁଭଦ୍ରା ହିତାଧିକାରୀ ମା’ମାନେ ଏହି ପଦଯାତ୍ରାରେ ଯୋଗଦେଇ ସ୍ଥାନୀୟ ଥାନା ଛକ, ବ୍ଲକ କାର୍ଯ୍ୟାଳୟ, ରାଜା ଛକ, ବଜାର ଦେଇ ଘରେ ଘରେ ସୁଭଦ୍ରା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲା ପରିଷଦରେ ଆୟୋଜିତ ସ୍ୱାକ୍ଷର ଅଭିଯାନ ଏବଂ ଏହି ଯୋଜନା ସମ୍ପର୍କରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୂହ ଚର୍ଚ୍ଚାରେ ଯୋଗ ଦେଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଜିର ପଦଯାତ୍ରାରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ବଭୂଷଣ ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଥାଉ କି, ଚଳିତ ମାସ ୧୭ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିବର୍ଷ ୫୦୦୦ ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି।