ଟିକାବାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ :

ଟିକାବାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଆଶିଷ ଅଂଶୁମାନ ପାତ୍ର ଅଚାନକ ଭାବେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଦର୍ଶନ ପାଇଁ ଆସିଥିଲେ I ସେ ଏହି ପରିଦର୍ଶନ ସମୟରେ ପିଲାଙ୍କୁ ଏଫ ଏଲ ଏନ ଶ୍ରେଣୀ, ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟରେ କିଛି ପାଠ ମଧ୍ୟ ପଢ଼ାଇଥିଲେ I ଟିକାବାଲି ବ୍ଲକ ପାଇଁ ବର୍ତମାନ ଏକ ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ I କାରଣ ବର୍ତ୍ତମାନ ର ସମସ୍ତ ଅଧିକାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଯାହାକି କନ୍ଧମାଳ ପାଇଁ ଏକ ଶୁଭଙ୍କର ଅଟେ I ଆଦିବାସୀ ଅଧୁଷିତ ଅଞ୍ଚଳ ରେ ଏହିପରି ଅଧିକାରୀ ଙ୍କ ଆବଶ୍ୟକ ରହିଅଛି I ଏହି ସମୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ I ବିଦ୍ୟାଳୟ ପରିଦର୍ଶନ ସମୟରେ ସେ ରୋଷେଇ ଘର, ହଷ୍ଟେଲ, ପାଇଖାନା ଗୃହ, ଭଣ୍ଡାର ପ୍ରକୋଷ୍ଠ ଓ ସମସ୍ତ ଶ୍ରେଣୀ ବୁଲି ଦେଖିଥିଲେ I ଏହି ପରିଦର୍ଶନ ସମୟରେ କଟିମାହା ସି ଆର ସି ସି ଅରବିନ୍ଦ ମହାପାତ୍ର ଓ ପ୍ରଧାନ ଶିକ୍ଷକ ଶ୍ରୀଧର ମିଶ୍ର ଉପସ୍ଥିତ ଥିଲେ I ବିଦ୍ୟାଳୟ ରେ ଆବଶ୍ୟକ ଶୈକ୍ଷିକ ବାତାବରଣ କିପରି ସୃଷ୍ଟି କରି ପିଲାଙ୍କ ସର୍ବାଙ୍ଗୀନ ବିକାଶ ହୋଇପାରିବ ସେଥିପ୍ରତି ସମସ୍ତ ଙ୍କ ସହ ଆଲୋଚନା କରିଥିଲେ I ବିଦ୍ୟାଳୟ ରେ ଥିବା ପାଣି ସମସ୍ୟା ଯେପରି ଶୀଘ୍ର ସମାଧାନ ସେଥିପାଇଁ ପ୍ରଧାନ ଶିକ୍ଷକ ଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ, ପି ଏ ଆଇ ଟି ଡି ଏ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପତ୍ର ଲେଖିବାପାଇଁ କହିଥିଲେ ଓ ଏହି ସମସ୍ୟା ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ I

ଟିକାବାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ :