କଲେଜ୍ ରୋଡ ଉଠା ଦୋକାନୀଙ୍କ ଠୁ ଦାଦା ବଟି

ଅନୁଗୁଳ: ଅନୁଗୁଳ ସହର କଲେଜ୍ ରୋଡର ଉଭୟ ପାର୍ଶ୍ଵରେ ଥିବା ଉଠା ଦୋକାନୀଙ୍କ ଠାରୁ ଦାଦା ବଟି ଆଦାୟ କରାଯାଉଥିବା ଅଭିଯୋଗ ହେଇଛି। କଲେଜ୍ ରୋଡରେ କଲେଜ୍ ଛକ ପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଅଧିକ ଦୋକାନ ରହିଛି। ଲିଟନ ନାମକ ଜଣେ ଯୁବକ ଏହି ଦାଦା ବଟି ଆଦାୟ କରୁଥିବା କିଛି ଦୋକାନୀ ଅଭିଯୋଗ କରିଛନ୍ତି। ଛୋଟ ଦୋକାନୀ ମାସକୁ ୧ ହଜାର ଏବଂ ବଡ଼ ଦୋକାନୀ ମାସକୁ ୩ ହଜାର ଚାନ୍ଦା ଦେଉଥିବା ଜଣାପଡିଛି। […]

କଲେଜ୍ ରୋଡ ଉଠା ଦୋକାନୀଙ୍କ ଠୁ ଦାଦା ବଟି
ଅନୁଗୁଳ: ଅନୁଗୁଳ ସହର କଲେଜ୍ ରୋଡର ଉଭୟ ପାର୍ଶ୍ଵରେ ଥିବା ଉଠା ଦୋକାନୀଙ୍କ ଠାରୁ ଦାଦା ବଟି ଆଦାୟ କରାଯାଉଥିବା ଅଭିଯୋଗ ହେଇଛି। କଲେଜ୍ ରୋଡରେ କଲେଜ୍ ଛକ ପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଅଧିକ ଦୋକାନ ରହିଛି। ଲିଟନ ନାମକ ଜଣେ ଯୁବକ ଏହି ଦାଦା ବଟି ଆଦାୟ କରୁଥିବା କିଛି ଦୋକାନୀ ଅଭିଯୋଗ କରିଛନ୍ତି। ଛୋଟ ଦୋକାନୀ ମାସକୁ ୧ ହଜାର ଏବଂ ବଡ଼ ଦୋକାନୀ ମାସକୁ ୩ ହଜାର ଚାନ୍ଦା ଦେଉଥିବା ଜଣାପଡିଛି। ତେବେ ଦୋକାନ ହଟେଇ ଦେବା ଓ ମାଡ ଭୟରେ ଦୋକାନୀ ମାନେ ଥାନାରେ ଅଭିଯୋଗ କରିପାରୁ ନାହାନ୍ତି। କିଏ ଏହି ଲିଟନ ସେଥିନେଇ ସାଧାରଣରେ ଉତ୍ସୁକତା ଦେଖା ଦେଇଛି। ଏ ସମ୍ପର୍କରେ ଅନୁଗୁଳ ଥାନାଧିକାରୀ ଧିରେସ କୁମାର ଦାସ କହିଛନ୍ତି ଆମେ କୌଣସି ଅଭିଯୋଗ ପାଇଁନାହୁଁ।ଅଭିଯୋଗ ଆସିଲେ ଆମେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବୁ ।