ନୂଆଗାଁ ବ୍ଲକରୁ ଦିଲ୍ଲିପ କୁମାର ଖଣ୍ଡୁଆଳଙ୍କୁ ପ୍ରକୃତି ମିତ୍ର ସମ୍ମାନ
ନୂଆଗାଁ ବ୍ଲକରୁ ଦିଲ୍ଲିପ କୁମାର ଖଣ୍ଡୁଆଳଙ୍କୁ ପ୍ରକୃତି ମିତ୍ର ସମ୍ମାନ !
******************* ନୟାଗଡ଼ (ସଞ୍ଜୟ ଦତ୍ତ ଆଚାର୍ଯ୍ୟ) ୨୦/୦୬: ନୟାଗଡ଼ ଜିଲ୍ଲାଷ୍ଟାଡିୟମ ଠାରେ ବିକଶିତ ମେଳା ୬ଷ୍ଠ ଦିନରେ ସଂଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସମ୍ମାନୀୟ ଉପ-ଜିଲ୍ଲାପାଳ, କର୍ଣ୍ଣଦେବ ସମାଦାର ।ଏଥୂ ସହିତ ଡେପୁଟି କଲେକ୍ଟର ତପତି ରାଜ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ପଟ୍ଟନାୟକ, ଡଃ ଅନିଲ କୁମାର ସ୍ବାଇଁ ବୈଜ୍ଞାନିକ,ସୁଚିସ୍ମିତା ଦ୍ବିବେଦୀ, ବୈଜ୍ଞାନିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଅଭ୍ୟର୍ଥନା କରାଯାଇଥିଲା। ସୁମନ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ୱ।ଗତ ଭାଷଣ ରଖିଥିଲେ କୃଷି ହିଁ ଆମର ଜୀବନ। କୃଷି କହିଲେ ଧାନ ଚାଷ ସ ଆନୁସଙ୍ଗିକ କୃଷିକୁ ବୁଝାଇଥାଏ । କାଳି ଦାସ ଙ୍କ ଏକ ବାଣୀ ମନେ ପକେଇ ଦିଏ “ଅନ୍ନ ଚିନ୍ତା ଚମତ୍କାର ” । ଡେପୁଟି କଲେକ୍ଟର, କହିଲେ, କୃଷକ ଙ୍କୁ ସରକାର ଙ୍କ ବ୍ୟବସ୍ଥା ରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଭଳି ଯୁବକ ମାନଙ୍କୁ ଉନ୍ନତ ଧରଣର ଇନଫ୍ରାଷ୍ଟ୍ରକଚର ଯୋଗାଇ ଦିଆଗଲେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ।
ସମ୍ମାନୀୟ ଉପ-ଜିଲ୍ଲାପାଳ ବକ୍ତବ୍ୟ ରେ ଚାଷୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଚାଷୀମାନେ ଆର୍ଥିକ ସୁଦ୍ଧା ର ଆଣି ପାରିଛନ୍ତି। ଯେଉଁ ଚାଷୀ ମାନେ ଚାଷ ମାଧ୍ୟମରେ ଜୀବନରେ ଉନ୍ନତି ଆଣି ପାରିଛନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ଆଇକନ୍ । ବିକାଶ ଗ୍ରାମରୁ ଆରମ୍ଭ ହୋଇ ଜିଲ୍ଲା ଓ ଶେଷରେ ବିକଶିତ ରାଜ୍ୟ ହୋଇ ପାରିବ । ନୟାଗଡ଼ ଜିଲ୍ଲାର ଡଃ ଅନିଲ କୁମାର ସ୍ବାଇଁ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଏବଂ ବୈଜ୍ଞାନିକ ସୁଚିସ୍ମିତା ଦ୍ବିବେଦୀ ଅନୁରୂପ ଭାଷଣ ପ୍ରଦାନ କରିଥିଲେ ।
କୃଷି ପଶୁ ପାଳନ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ଅଭି ଭାଷଣ ରଖାଯାଇଥିଲା । ପରେ ପରେ କୃଷି ପଶୁ ପାଳନ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ନୂଆଗାଁ ବ୍ଲକର ଦିଲୀପ କୁମାର ଖଣ୍ଡୁଆଳଙ୍କୁ ପ୍ରକୃତି ମିତ୍ର ପୁରସ୍କାର ଦିଆଯାଇଥିଲା । ସେ ବୃକ୍ଷ ରୋପଣ ସହିତ ବିଭିନ୍ନ ସଚେତନତା ବାର୍ତା ପ୍ରଚାର ପ୍ରସାର କରିବାରେ ଦକ୍ଷତା ହାସଲ କରିଥିବାରୁ ଏହି ପୁରସ୍କାରରେ ତାଙ୍କୁ ସନ୍ନମାନିତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ନୟାଗଡ଼ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭା କାର୍ଯ୍ୟକୁ ସାଙ୍ଗ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।