ଦୁଇ ମୋଟର ସାଇକେଲ ଧକ୍କା ଜଣେ ମୃତ ଦୁଇ ଗୁରତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ରୁ ବ୍ରାହ୍ମଣବିଲ ଯାଇଥିବା ରାସ୍ତାର ଭଗଲକଟା ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଘଟଣା ସ୍ଥଳରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସନ୍ତରାବନ୍ଧ ଗ୍ରାମର କାଳନ୍ଦୀ ଗଡତିଆ ଆଜି ସନ୍ଧ୍ୟାରେ ନିଶ ଅଞ୍ଚାଲରୁ ନିଜର ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଭଗଲକଟା ଗାଁ ନିକଟରେ ବିପରୀତ ଦିଗ ସନ୍ତରାବନ୍ଧରୁ କୋଶଳା ଆଡ଼େ ଆସୁଥିବା ଏକ ମୋଟର ସାଇକେଲ ସହ […]

ଦୁଇ ମୋଟର ସାଇକେଲ ଧକ୍କା ଜଣେ ମୃତ ଦୁଇ ଗୁରତର
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ରୁ ବ୍ରାହ୍ମଣବିଲ ଯାଇଥିବା ରାସ୍ତାର ଭଗଲକଟା ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଘଟଣା ସ୍ଥଳରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ସନ୍ତରାବନ୍ଧ ଗ୍ରାମର କାଳନ୍ଦୀ ଗଡତିଆ ଆଜି ସନ୍ଧ୍ୟାରେ ନିଶ ଅଞ୍ଚାଲରୁ ନିଜର ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଭଗଲକଟା ଗାଁ ନିକଟରେ ବିପରୀତ ଦିଗ ସନ୍ତରାବନ୍ଧରୁ କୋଶଳା ଆଡ଼େ ଆସୁଥିବା ଏକ ମୋଟର ସାଇକେଲ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ସନ୍ତରାବନ୍ଧ ଗ୍ରାମର ବାବନ ବେହେରା ଓ ଦୁସାଶନ ବେହେରା ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦକୁ ପଠାଇ ଦେଇଥିବା ବେଳେ ଛେଣ୍ଡିପଦା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।