ଅନୁଗୁଳ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର ସଂଘ ପକ୍ଷରୁ ବୈଠକ: ପାଚିକାଙ୍କ ହକ୍ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଆହ୍ୱାନ
ଅନୁଗୁଳ: ରବିବାର ତାଳଚେର ସାଉଥ୍ ବଲଣ୍ଡା ସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ଠାରେ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର ସଂଘ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଷ୍ଟ୍ରୀୟ ମଜଦୂର ସଂଘର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ଉପସଭାପତି ଦେବାଶିଷ ଘୋଷ, ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକଙ୍କ ସହ ବିଭିନ୍ନ ସଂଗଠନର ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏ ଅବସରରେ ପାଚିକା ଉଚିତ୍ ପ୍ରାପ୍ୟ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ […]
ଅନୁଗୁଳ: ରବିବାର ତାଳଚେର ସାଉଥ୍ ବଲଣ୍ଡା ସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ଠାରେ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର ସଂଘ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଷ୍ଟ୍ରୀୟ ମଜଦୂର ସଂଘର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ଉପସଭାପତି ଦେବାଶିଷ ଘୋଷ, ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକଙ୍କ ସହ ବିଭିନ୍ନ ସଂଗଠନର ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଏ ଅବସରରେ ପାଚିକା ଉଚିତ୍ ପ୍ରାପ୍ୟ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦେଇ ତାଙ୍କର ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାଳଚେରରେ ଅଣ ସଂଗଠିତ କ୍ଷେତ୍ର ଯଥା: ଏମସିଏଲ୍ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ, ଗାଁ ଏବଂ ପୌରପାଳିକାରେ କାମ କରୁଥିବା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଇ ସି ମେମ୍ବର, ଏମବିକେ କର୍ମୀ ଏବଂ ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ରାଶି ନେଇ ସରକାର ଠିକ୍ ନିଷ୍ପତ୍ତି ନେଉନାହାନ୍ତି। ତେଣୁ ସେମାନଙ୍କ ହକ୍ ପାଇଁ ଆଗାମୀ ଦିନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।