ଓବିସି ଜାତିକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ, ହକ୍ ପାଇଁ ଲଢ଼ିବାକୁ ବସିଲା ପ୍ରସ୍ତୁତି ବୈଠକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଓବିସି ମାନଙ୍କ ହକ ପାଇଁ ଲଢ଼ିବାକୁ ସ୍ଥାନୀୟ ଚରଉଡିହ ଶିବ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ବସିଛି। ବୈଠକରେ ୫ ଟି ପଞ୍ଚାୟତର ବୁଦ୍ଧିଜୀବୀ ଓ ଜନସାଧାରଣ ଏକତ୍ର ହୋଇ ରାଜ୍ୟ ସରକାର ଓ.ବି.ସି ଜାତିକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହାର ପ୍ରତିବାଦ କରିବାକୁ ସମସ୍ତ ଓବିସି ଲୋକ ଏକାଠି ହେବାକୁ ଏ ଅବସରରେ ଆହ୍ୱାନ କରାଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭ୍ଯ ଗୋପାଳ […]

ଓବିସି ଜାତିକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ, ହକ୍ ପାଇଁ ଲଢ଼ିବାକୁ ବସିଲା ପ୍ରସ୍ତୁତି ବୈଠକ
  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଓବିସି ମାନଙ୍କ ହକ ପାଇଁ ଲଢ଼ିବାକୁ ସ୍ଥାନୀୟ ଚରଉଡିହ ଶିବ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ବସିଛି। ବୈଠକରେ ୫ ଟି ପଞ୍ଚାୟତର ବୁଦ୍ଧିଜୀବୀ ଓ ଜନସାଧାରଣ ଏକତ୍ର ହୋଇ ରାଜ୍ୟ ସରକାର ଓ.ବି.ସି ଜାତିକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହାର ପ୍ରତିବାଦ କରିବାକୁ ସମସ୍ତ ଓବିସି ଲୋକ ଏକାଠି ହେବାକୁ ଏ ଅବସରରେ ଆହ୍ୱାନ କରାଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭ୍ଯ ଗୋପାଳ ନାଏକ, ବଅଁରପାଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଗଡନାୟକ, ଜିଲ୍ଲା ବିଜେଡି ଉପସଭାପତି ବାଉରୀ ବନ୍ଧୁ ସାହୁ, ବନ୍ଧାର ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ସେନାପତି, ନୂଆହତାର ପୂର୍ବତନ ସରପଞ୍ଚ ସଚିତା ନନ୍ଦ ବେହେରା, ଶିବରାମ ଭୂତିଆ, ବଳରାମ ସାହୁ, ପ୍ରକାଶ ସାହୁ, ସୁବାସ ସାହୁ, ବିଶ୍ୱଜିତ ଯାଦବ ଓ ଭଜମନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।