ଶୋଇଥିବା ବେଳେ କାମୁଡ଼ିଲା ଚିତି, ସର୍ପାଘାତରେ ନାବାଳିକାର ମୃତ୍ୟୁ

ଅନୁଗୁଳ: ସର୍ପାଘାତରେ ଗଲା ନାବାଳିକାର ଜୀବନ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡା ମାହାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାକାର ମଧୁ ମାହାରଙ୍କ ଝିଅ ଅର୍ଚ୍ଚିତା ମାହାର (୧୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅର୍ଚ୍ଚିତା ମା’ଙ୍କ ସହିତ ଘର ବାରଣ୍ଡାରେ ମଶାରୀ ଭିତରେ ଶୋଇଥିଲେ। ଭୋରରୁ ଘର ଲୋକ ମଶାରୀ ଭିତରେ ଏକ ଚିତି ସାପ ଦେଖିଥିଲେ, କିନ୍ତୁ କାହାକୁ ସାପ କାମୁଡିଥିବା ଜାଣି ପାରି […]

ଶୋଇଥିବା ବେଳେ କାମୁଡ଼ିଲା ଚିତି, ସର୍ପାଘାତରେ ନାବାଳିକାର ମୃତ୍ୟୁ
ଅନୁଗୁଳ: ସର୍ପାଘାତରେ ଗଲା ନାବାଳିକାର ଜୀବନ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡା ମାହାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାକାର ମଧୁ ମାହାରଙ୍କ ଝିଅ ଅର୍ଚ୍ଚିତା ମାହାର (୧୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅର୍ଚ୍ଚିତା ମା’ଙ୍କ ସହିତ ଘର ବାରଣ୍ଡାରେ ମଶାରୀ ଭିତରେ ଶୋଇଥିଲେ। ଭୋରରୁ ଘର ଲୋକ ମଶାରୀ ଭିତରେ ଏକ ଚିତି ସାପ ଦେଖିଥିଲେ, କିନ୍ତୁ କାହାକୁ ସାପ କାମୁଡିଥିବା ଜାଣି ପାରି ନଥିଲେ। ଘର ଲୋକ ସାପକୁ ଘରୁ ଘଉଡ଼ାଇ ଦେଇ ଭିତରକୁ ପଳାଇଥିଲେ। କିନ୍ତୁ ସକାଳ ଆଠଟା ବେଳେ ଅର୍ଚ୍ଚିତା ଛାତି କାଟୁଛି ବୋଲି ପରିବାର ଲୋକଙ୍କୁ କହିଥିଲେ। ସନ୍ଦେହରେ ପରିବାର ଲୋକ ବୋଲେରୋ ଯୋଗେ ଝିଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଅର୍ଚ୍ଚିତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।