ନିଜକୁ ସରକାରୀ ବଡ଼ ଅଫିସର ପରିଚୟ ଦେଇ ମ୍ୟାଟ୍ରିମୋନିରେ ମହିଳାଙ୍କୁ ଠକୁଥିବା ଅଭିଯୋଗ, ରସିକିଆ ଠକକୁ ଅନୁଗୁଳରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଅନୁଗୁଳ: କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ପ୍ରେମର ନାଟକ କରୁଥିଲା ଆଉ ସୁଯୋଗ ଦେଖି ଟଙ୍କା ଠକି ନେଉଥିଲା ରସିକିଆ ଠକ। ଆଜି ସେଇ ରସିକିଆକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଠକେଇ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥକୁ କ୍ରାଇମବ୍ରାଞ୍ଚ ତା ଘରୁ ଗିରଫ କରିଛି । ବିରଞ୍ଚିର ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ସେ […]

ନିଜକୁ ସରକାରୀ ବଡ଼ ଅଫିସର ପରିଚୟ ଦେଇ ମ୍ୟାଟ୍ରିମୋନିରେ ମହିଳାଙ୍କୁ ଠକୁଥିବା ଅଭିଯୋଗ, ରସିକିଆ ଠକକୁ ଅନୁଗୁଳରୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଅନୁଗୁଳ: କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ପ୍ରେମର ନାଟକ କରୁଥିଲା ଆଉ ସୁଯୋଗ ଦେଖି ଟଙ୍କା ଠକି ନେଉଥିଲା ରସିକିଆ ଠକ। ଆଜି ସେଇ ରସିକିଆକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଠକେଇ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥକୁ କ୍ରାଇମବ୍ରାଞ୍ଚ ତା ଘରୁ ଗିରଫ କରିଛି । ବିରଞ୍ଚିର ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ସେ ନିଜକୁ ରେଳବାଇ ଅଫିସର, ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲା। ତା’ ନାଁରେ ଅନୁଗୁଳ, ବାଲେଶ୍ୱର ଓ ଢେଙ୍କାନାଳ ଥାନାରେ ତିନି ଜଣ ମହିଳା ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗ ମୁତାବକ, ବିରଞ୍ଚି ନାରାୟଣ ନାଥ ମାଟ୍ରିମୋନି ୱେବ୍ ସାଇଟରେ ନିଜର ମିଛ ପରିଚୟ ଦେଇଥିଲା। କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲାମ ଏହା ପରେ ସେ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମଧ୍ୟ ବୟସ୍କାଙ୍କୁ ଟାର୍ଗେଟ କରୁଥିଲା। ଅନେକ ମହିଳା ବିରଞ୍ଚିର ପ୍ରୋଫାଇଲ ଦେଖି ଆକର୍ଷିତ ହୋଇଥିଲେ। ପ୍ରଥମେ ଫୋନରେ କଥାବାର୍ତ୍ତା ପରେ ଘରକୁ ଯାଉଥିଲା ଠକ। ଆଉ ସାରା ଜୀବନ ଏକାଠି ରହିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା। ମହିଳାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ଭିଡିଓ ପ୍ରସ୍ତୁତ କରି ସେମାନଙ୍କ ଠାରୁ ଟଙ୍କା ଠକି ନେଉଥିଲା। ଏଭଳି ଠକାମୀର ଶିକାର ହେଲା ପରେ ତିନି ମହିଳା ଥାନାରେ ଅଭିଯୋଗ ଆଣିଥିଲେ। କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ବିରଞ୍ଚିକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ ବାନ୍ଧିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ।