୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ: ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ
ଅନୁଗୁଳ: ଲାଞ୍ଚ ନେବା ଅଭିଯୋଗରେ ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସିଟି ଲେବଲ ଟେକ୍ନିକାଲ ସେଲ ପ୍ରଫେସନାଲ ଭାବେ କାର୍ଯ୍ୟରତ ଥିବା ଶ୍ରୀକାନ୍ତ ମହାପାତ୍ରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶନିବାର ଭିଜିଲାନ୍ସ ଜଜ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ୨୦୧୬ ମସିହାରେ ଶ୍ରୀକାନ୍ତ ମହାପାତ୍ର ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏବଂ ଡୁଡାରେ ସିଟି ଲେବଲ […]
ଅନୁଗୁଳ: ଲାଞ୍ଚ ନେବା ଅଭିଯୋଗରେ ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସିଟି ଲେବଲ ଟେକ୍ନିକାଲ ସେଲ ପ୍ରଫେସନାଲ ଭାବେ କାର୍ଯ୍ୟରତ ଥିବା ଶ୍ରୀକାନ୍ତ ମହାପାତ୍ରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶନିବାର ଭିଜିଲାନ୍ସ ଜଜ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୨୦୧୬ ମସିହାରେ ଶ୍ରୀକାନ୍ତ ମହାପାତ୍ର ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏବଂ ଡୁଡାରେ ସିଟି ଲେବଲ ଟେକ୍ନିକାଲ ସେଲ ପ୍ରଫେସନାଲ ଭାବେ କାମ କରୁଥିଲେ। ସରକାରଙ୍କ ପିଏମଏୱାଇ ଯୋଜନାରେ ହେଉଥିବା ଘର ନିର୍ମାଣର ତଦାରଖ ଏବଂ ଏହାର ଅଗ୍ରଗତି ନେଇ ରିପୋର୍ଟ ପ୍ରସ୍ତୁତ କରିବା କାମରେ ସେ ନିୟୋଜିତ ଥିଲେ। ସେହି ଯୋଜନାରେ ସ୍ଥାନୀୟ ଅନୁଗୁଳ ପୌରପରିଷଦ ଅନ୍ତର୍ଗତ ମଦନ ମୋହନପଡ଼ାର ମାନଗୋବିନ୍ଦ ସାହୁ ଘର ନିର୍ମାଣ କରୁଥିଲେ। ଏହି ଘର ନିର୍ମାଣର ତଦାରଖ ଓ ଏହାର ଅଗ୍ରଗତି ନେଇ ଶ୍ରୀ ମହାପାତ୍ର ରିପୋର୍ଟ ପ୍ରଦାନ କରିବା ପରେ ମାନ ଗୋବିନ୍ଦ ସାହୁଙ୍କର ଦୁଇଟି କିସ୍ତିରେ ଟଙ୍କା ଆସିଥିଲା। ତୃତୀୟ କିସ୍ତି ଟଙ୍କା ପାଇଁ ଶ୍ରୀ ସାହୁ ଆବେଦନ କରିବା ସମୟରେ ଶ୍ରୀକାନ୍ତ ମହାପାତ୍ର ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଶ୍ରୀ ସାହୁ ୫ ହଜାର ବଦଳରେ ୪ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଏ ସମ୍ପର୍କରେ ଶ୍ରୀ ସାହୁଙ୍କ ପୁଅ ଜୁଲୁ ସାହୁ ଜାଣିବା ପରେ ଏନେଇ ଭିଜିଲାନ୍ସ ବିଭାଗରେ ଗତ ୧୧. ୫. ୨୦୧୭ରେ ଅଭିଯୋଗ କରିଥିଲେ। ଫଳରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଜୁଲୁ ସାହୁ ୧୨. ୫. ୨୦୧୭ରେ ସ୍ଥାନୀୟ କଲେଜ ଛକ ଠାରେ ଶ୍ରୀକାନ୍ତ ମହାପାତ୍ରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ୱାରା ଧରାପଡ଼ି ସେତେବେଳେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।
ଶନିବାର ଭିଜିଲାନ୍ସ ଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଶ୍ରୀକାନ୍ତ ମହାପାତ୍ରଙ୍କୁ ୯ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ୪ ବର୍ଷ ଜେଲ ଦଣ୍ଡ ଶୁଣାଣି କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି ହୋଇଛି। ତେବେ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପିପି ଦିଲ୍ଲୀପ ମହାନ୍ତି ମାମଲା ପରିଚାଳନା କରୁଥିଲେ।