କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ଅନୁଗୁଳ ବାଣିଜ୍ୟ ସଂଘର ନିନ୍ଦା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇ ମାଗିଲେ ନ୍ୟାୟ

ଅନୁଗୁଳ: କୋଲକାତାର ଆର.ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ହୋଇଥିବା ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ନିନ୍ଦା କରି ଶନିବାର ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଡାକରାରେ ଅନୁଗୁଳରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଭାପତି ଦୀପକ ବର୍ମାଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଏହି ଶୋଭାଯାତ୍ରା ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହୋଇ ବଜାର ଛକ ସହ ରାଜାଛକ ଯାଏ ପରିକ୍ରମା କରିଥିଲା। […]

କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ଅନୁଗୁଳ ବାଣିଜ୍ୟ ସଂଘର ନିନ୍ଦା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇ ମାଗିଲେ ନ୍ୟାୟ
ଅନୁଗୁଳ: କୋଲକାତାର ଆର.ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ହୋଇଥିବା ଜଘନ୍ୟ ବଳାତ୍କାର ଓ ନୃଶଂସ ହତ୍ୟାକାଣ୍ଡକୁ ନିନ୍ଦା କରି ଶନିବାର ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଡାକରାରେ ଅନୁଗୁଳରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଭାପତି ଦୀପକ ବର୍ମାଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଏହି ଶୋଭାଯାତ୍ରା ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହୋଇ ବଜାର ଛକ ସହ ରାଜାଛକ ଯାଏ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧରେ ପ୍ରତିଷ୍ଠାନର କର୍ମକର୍ତ୍ତା, କାର୍ଯ୍ୟକାରିଣୀ ସଦସ୍ୟ ଓ ଅନ୍ୟ ସାଧାରଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସମସ୍ତେ ଏହି ବର୍ବରତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ନାରୀ ସୁରକ୍ଷା, ମହିଳା ଡାକ୍ତରଙ୍କ ସୁରକ୍ଷା ଓ ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ।