ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ। ଆସନ୍ତା ମାସ ୯ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇ ୧୪ ତାରିଖରେ ଭସାଣି ହେବ। […]

ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ
ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ। ଆସନ୍ତା ମାସ ୯ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇ ୧୪ ତାରିଖରେ ଭସାଣି ହେବ। ସେହିପରି ଆସନ୍ତା ମାସ ୧୬ ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ୨୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ବଳ ପୂର୍ବକ ଚାନ୍ଦା ଆଦାୟ ନ କରିବା ପାଇଁ ତାଗିଦ କରାଯାଇଛି। ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଶବ୍ଦଯୁକ୍ତ ବାଣ ଓ ଡିଜେ ସାଉଣ୍ଡ ବାଜିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜନସମାଗମକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପଗୁଡ଼ିକରେ ୨୪ ଘଣ୍ଟିଆ ଜଳ ଯୋଗାଣ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଅନୁଗୁଳରେ ଦୁର୍ଗା ମା’ଙ୍କର ୧୧ ଟି ମେଢ ଓ ଲକ୍ଷ୍ମୀ ପୂଜା ଉତ୍ସବ ନିମନ୍ତେ ମା’ ଙ୍କର ୩୦ ଟି ମେଢ ପ୍ରତିଷ୍ଠା କରାଯିବ। ବିଭିନ୍ନ ଯାନବାହନ, ଆମ୍ବୁଲାନ୍ସ ଓ ଅଗ୍ନି ସେବା ଗାଡି ଯାତାୟାତ ନିମନ୍ତେ ପ୍ରତ୍ୟେକ ପୂଜା କମିଟି ଭୂମିଠାରୁ ପାଖାପାଖି ୧୮ ଫୁଟ ଉଚ୍ଚତାରେ ତୋରଣ ନିର୍ମାଣ କରିବା ସହ ଲିଚୁ ଲାଇଟ୍ ଗୁଡିକୁ ୧୮ ଫୁଟ ଉଚ୍ଚତାରେ ଲଗାଇବାକୁ ନିର୍ଦ୍ଦେଶ ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମହାଳିକ, ଅନୁଗୁଳ ଆଇଆଇସି ଧୃରେଶ ଦାସ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସେଣ୍ଟ୍ରାଲ ପୂଜା କମିଟିର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଉପାଧ୍ୟକ୍ଷ ଚନ୍ଦ୍ରକାନ୍ତ ଧଳ, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।