୬ ମାସ ହେଲା ମିଶନ ଶକ୍ତି ମା’ଙ୍କୁ ମିଳୁନି ପାରିଶ୍ରମିକ, ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ଶତାଧିକ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ୬ଟି କ୍ୟାଡରଙ୍କୁ ମିଳୁନି ପାରିଶ୍ରମିକ। ଏଣୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ଆଜି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର ଓ ଏଲଏସପି ଆଦି ୬ଟି ବର୍ଗର ମା’ ମାନଙ୍କୁ ଦୀର୍ଘ ୬ମାସ ହେବ ପାରିଶ୍ରମିକ ମିଳୁ ନାହିଁ। ଫଳରେ ସେମାନେ କଷ୍ଟରେ କାଳାତିପାତ କରୁଥିବା […]

୬ ମାସ ହେଲା ମିଶନ ଶକ୍ତି ମା’ଙ୍କୁ ମିଳୁନି ପାରିଶ୍ରମିକ, ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ଶତାଧିକ ମହିଳା
ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ୬ଟି କ୍ୟାଡରଙ୍କୁ ମିଳୁନି ପାରିଶ୍ରମିକ। ଏଣୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ଆଜି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର ଓ ଏଲଏସପି ଆଦି ୬ଟି ବର୍ଗର ମା’ ମାନଙ୍କୁ ଦୀର୍ଘ ୬ମାସ ହେବ ପାରିଶ୍ରମିକ ମିଳୁ ନାହିଁ। ଫଳରେ ସେମାନେ କଷ୍ଟରେ କାଳାତିପାତ କରୁଥିବା ଅଭିଯୋଗ କରିଛନ୍ତି। ଟଙ୍କା ନଥିବାରୁ ସେମାନେ ସରକାର ଦେଇଥିବା ସ୍କୁଟିର ଋଣ ମଧ୍ୟ ପରିଶୋଧ କରିପାରୁ ନାହାନ୍ତି। ଏ ନେଇ ୬ଟି କ୍ୟାଡରର ମିଶନ ଶକ୍ତି ମା’ ମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଣୁ ଅନୁଗୁଳ ଜିଲ୍ଲା ଜିପିଏଲଏଫ୍ ସଂଘର ସଭାପତି ଜ୍ୟୋସ୍ନାରାଣୀ ପ୍ରଧାନ ଓ ସମ୍ପାଦିକା ଅଞ୍ଜଳି ସେଠୀଙ୍କ ନେତୃତ୍ୱରେ ଶତାଧିକ ମିଶନ ଶକ୍ତି ମା’ ମାନେ ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ପାରିଶ୍ରମିକ ନ ମିଳିବା ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।