ଫସିବେ ରାସନ କାର୍ଡ ହାତେଇଥିବା ଆୟକରଦାତା, ସରକାରୀ ତାଲିକାରେ ଅଛନ୍ତି ଅନୁଗୁଳର ୧୮,୧୬୭ ଜଣ ଟ୍ୟାକ୍ସ ଦାତା
ଅନୁଗୁଳ: ସରକାରଙ୍କ ଟାର୍ଗେଟରେ ରାସନ କାର୍ଡ ହାତେଇଥିବା ଆୟକରଦାତା। ରାସନ କାର୍ଡ ନେଇଥିବା ଆୟକରଦାତାଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର। ଆଉ ଏହି ତାଲିକାକୁ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ପଠାସରିଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାର ମୋଟ୍ ୧୮,୧୬୭ ଜଣଙ୍କ ନାଁ ଜିଲ୍ଲା ଯୋଗାଣ ବିଭାଗ ହାତକୁ ଆସିଛି। ତୁରନ୍ତ ଏହି ସବୁ ହିତାଧିକାରୀଙ୍କ ତାଲିକା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପରେ ଏହି ଆୟକରଦାତାଙ୍କର ନାଁ ରାସନ କାର୍ଡ ତାଲିକାରୁ କଟା ହେବ ବୋଲି କୁହାଯାଉଛି। ଜିଲ୍ଲା ଯୋଗାଣ ବିଭାଗକୁ ସରକାରଙ୍କ ପକ୍ଷରୁ ଯେଉଁ ୧୮ହଜାର ୧୬୭ଜଣ ଆୟକରଦାତାଙ୍କର ତାଲିକା ଆସିଛି, ସେଥିରୁ କେହି ଜଣେ ହେଲେ ଏବେ ଯାଏଁ କାର୍ଡ ଫେରାଇ ନାହାନ୍ତି। ପ୍ରତିଟି କାର୍ଡରେ ହାରାହାରି ପ୍ରାୟ ୩ ଜଣ ଲେଖାଏଁ ସଦସ୍ୟ ରାସନ ହାତଉଥିଲେ। ଜିଲ୍ଲା ମଧ୍ୟରୁ ସର୍ବାଧିକ ଆୟକରଦାତା ତାଳଚେର, ଅନୁଗୁଳ ଓ ଛେଣ୍ଡିପଦା ଅଞ୍ଚଳରେ ରହିଥିବା ବେଳେ ସର୍ବନିମ୍ନ ଆୟକରଦାତା ଆଠମଲ୍ଲିକ ଏନଏସି ଅଞ୍ଚଳର ବୋଲି ଜଣାଯାଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ସହ ଯେଉଁ ଆଯୋଗ୍ୟ ହିତାଧିକାରୀ ମାନେ କାର୍ଡ ହାତେଇଥିଲେ ସେମାନଙ୍କ ନାମ ତାଲିକାରୁ ବାଦ ପଡିବ ବୋଲି ଯୋଗାଣ ଅଧିକାରୀ ସ୍ମିତା ନାୟକ କହିଛନ୍ତି।