ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ: ପାଠ ସହ ଖେଳକୁଦ-ନାଚ ଗୀତରେ ମନ ନିବେଶ କରିବାକୁ ପରାମର୍ଶ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୪” ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ , ମୁଖ୍ୟବକ୍ତା ଭାବରେ ଅନୁଗୁଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୂପମା ପାଣି, ସମ୍ମାନିତ ଅତିଥି ଭାବରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା […]

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ: ପାଠ ସହ ଖେଳକୁଦ-ନାଚ ଗୀତରେ ମନ ନିବେଶ କରିବାକୁ ପରାମର୍ଶ
ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୪” ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ , ମୁଖ୍ୟବକ୍ତା ଭାବରେ ଅନୁଗୁଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୂପମା ପାଣି, ସମ୍ମାନିତ ଅତିଥି ଭାବରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢା ସହିତ ସହପାଠ୍ୟ କାର୍ଯ୍ୟକ୍ରମରେ ଅଧ୍ୟବସାୟକୁ ଜାରି ରଖିବାକୁ ଗଳ୍ପ ଛଳରେ ଆହ୍ଵାନ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତା’ ପରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ତା ୧୨.୧୧.୨୦୨୩ ରୁ ୧୪.୧୧.୨୦୨୩ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁଥିବା ଶିଶୁ ମହୋତ୍ସବ ସୁରଭିରେ ଭାଗନେବେ ବୋଲି ଜଣାପଡ଼ିଛି। ସରସ୍ଵତୀ ବିଦ୍ୟାମନ୍ଦିରର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।