ମେଡ଼ିକ୍ସର ସାମ୍ବାଦିକ ସମ୍ମିଳନୀ ଶିଳ୍ପାୟନ ଯୋଗୁଁ ଏଚ୍ଆଇଭି ବଢ଼ୁଛି
ଅନୁଗୁଳ: ବିଶ୍ୱ ଏଡ଼ସ ଦିବସ ଅବସରରେ ରବିବାର ମେଡିକ୍ସ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମେଡିକ୍ସର ନିର୍ଦ୍ଦେଶକ ଡା ଦିଲୀପ ସାମଲଙ୍କ ଅଧ୍ୟକ୍ଷତାରେରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲାରେ ଏଚ୍ଆଇଭି ପୋଜିଟିଭଙ୍କ ସଂଖ୍ୟା କିଭଳି ବଢ଼ୁଚି ତାହା ସେ ବର୍ଣ୍ଣନା କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ଶିଳ୍ପ ଓ ଖଣି ଖାଦାନଙ୍କ ସଂଖ୍ୟା ବଢ଼ୁଚି। ଜିଲ୍ଲା ଓ ରାଜ୍ୟ ବାହାରୁ ଟ୍ରକ୍ ଡ୍ରାଇଭର,ହେଲ୍ପର୍ ଏବଂ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ଆଗମନ […]
ଅନୁଗୁଳ: ବିଶ୍ୱ ଏଡ଼ସ ଦିବସ ଅବସରରେ ରବିବାର ମେଡିକ୍ସ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମେଡିକ୍ସର ନିର୍ଦ୍ଦେଶକ ଡା ଦିଲୀପ ସାମଲଙ୍କ ଅଧ୍ୟକ୍ଷତାରେରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲାରେ ଏଚ୍ଆଇଭି ପୋଜିଟିଭଙ୍କ ସଂଖ୍ୟା କିଭଳି ବଢ଼ୁଚି ତାହା ସେ ବର୍ଣ୍ଣନା କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ଶିଳ୍ପ ଓ ଖଣି ଖାଦାନଙ୍କ ସଂଖ୍ୟା ବଢ଼ୁଚି। ଜିଲ୍ଲା ଓ ରାଜ୍ୟ ବାହାରୁ ଟ୍ରକ୍ ଡ୍ରାଇଭର,ହେଲ୍ପର୍ ଏବଂ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ଆଗମନ ମଧ୍ୟ ବଢ଼ିଛି। ଫଳରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଏହି ମହାମାରୀ କମି ବାର ନାଁ ଧରୁନି।
ମେଡ଼ିକସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ପ୍ରାୟ ତିନି ହଜାର କିନ୍ନର ଅଛନ୍ତି ତେବେ ସେଥିରୁ ମାତ୍ର ୧୧୯୫ ପଞ୍ଜୀକୃତ ହୋଇ କରିଛନ୍ତି। ଅବଶିଷ୍ଟ କର୍ମୀଙ୍କ ରିପୋର୍ଟ ନଥିବାରୁ ସେମାନଙ୍କ କାର୍ଯ୍ୟାବଳୀ ଅନ୍ଧାରରେ ରହିଛି। ସେହିଭଳି ମହିଳା ଯୌନ କର୍ମୀ ମଧ୍ୟ ସମାଜ ପାଇଁ ଚିନ୍ତା ବଢାଇଛନ୍ତି। ଗତ ବର୍ଷ ୪୮୧ ମହିଳା ଯୌନ କର୍ମୀ ଥିବା ବେଳେ ଚଳିତ ବର୍ଷ ଏହା ୫୬୮ ରେ ପହଞ୍ଚି ଲାଣି।କିନ୍ନର ଓ ମହିଳା ଯୌନ କର୍ମୀ ମିଶି ୧୮୦୦ ଲୋକଙ୍କ ପାଇଁ ଯେତେ ଷ୍ଟାଫ୍ ଆବଶ୍ୟକ ତାହା ମେଡିକସ ପାଖରେ ନଥିବାରୁ ଆବଶ୍ୟକ ସଚେତନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇ ପାରୁନାହିଁ। ମେଡିକସ ଏବେ ଜିଲ୍ଲାର ୪ ଟି ବ୍ଲକରେ କାର୍ଯ୍ୟ କରୁଛି।
ଅନୁଗୁଳ ବ୍ଲକରେ ୫୩୫,ତାଳଚେରରେ ୫୦୯,ବଅଁରପାଳରେ ୪୦୯ ଓ ଛେଣ୍ଡିପଦା ବ୍ଲକରେ ୨୩୦ ଜଣ ଏଚ୍ଆଇଭି ପୋଜିଟିଭ୍ ରହିଛନ୍ତି। ସେଥି ମଧ୍ୟରୁ ମେଡିକ୍ସ ପାଖରେ ୫୮ଜଣ ରୋଗୀ ଅଛନ୍ତି। ସେମାନଙ୍କୁ ମାଗଣା ପରାମର୍ଶ ଓ ଔଷଧ ଦିଆଯାଉଛି। ମେଡିକ୍ସକୁ ଅଧିକ ଷ୍ଟାଫ୍ ଦିଆଗଲେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅଧିକ ସହଜ ଓ ସୁଲଭ ହୋଇପାରିବ ବୋଲି ସମ୍ମିଳନୀରେ ପ୍ରକାଶ କରିଥିଲେ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଇତିଶ୍ରୀ ଅପରାଜିତା ପାତ୍ର।