ଜାତୀୟ ଆୟୁର୍ବେଦ ଦିବସ: ବୈଦ୍ୟ ଜ୍ୟୋତି ଶ୍ରୀ ବଳରାମ ପ୍ରସାଦ ସିଂହଦେଓ ସମ୍ବର୍ଦ୍ଧିତ

ଅନୁଗୁଳ: ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମ୍ମିଳନୀ, ଭୁବନେଶ୍ୱର ଓ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମିଳନୀ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ା ଗ୍ରାମର ବୈଦ୍ୟ ଜ୍ୟୋତି ବଳରାମ ପ୍ରସାଦ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରକାଶ ଥାଉ କି, ଶ୍ରୀ ସିଂହଦେଓ ଭାରତୀୟ ଚେରମୂଳୀ ଚିକିତ୍ସା ତଥା ପାରମ୍ପରିକ ଚିକିତ୍ସା ଶୈଳୀ ଆପଣାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛନ୍ତି। ସେ ଓଡ଼ିଶା […]

ଜାତୀୟ ଆୟୁର୍ବେଦ ଦିବସ: ବୈଦ୍ୟ ଜ୍ୟୋତି ଶ୍ରୀ ବଳରାମ ପ୍ରସାଦ ସିଂହଦେଓ ସମ୍ବର୍ଦ୍ଧିତ
ଅନୁଗୁଳ: ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମ୍ମିଳନୀ, ଭୁବନେଶ୍ୱର ଓ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମିଳନୀ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ା ଗ୍ରାମର ବୈଦ୍ୟ ଜ୍ୟୋତି ବଳରାମ ପ୍ରସାଦ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରକାଶ ଥାଉ କି, ଶ୍ରୀ ସିଂହଦେଓ ଭାରତୀୟ ଚେରମୂଳୀ ଚିକିତ୍ସା ତଥା ପାରମ୍ପରିକ ଚିକିତ୍ସା ଶୈଳୀ ଆପଣାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛନ୍ତି। ସେ ଓଡ଼ିଶା ରାଜ୍ୟ ବନୌଷଧି ବିଶେଷଜ୍ଞ ମହାସଂଘର ରାଜ୍ୟ ସମ୍ପାଦକ ଭାବେ ସୁପରିଚାଳନା କରି ଆସିଛନ୍ତି। ପରିବେଶ ସନ୍ତୁଳନ, ଔଷଧୀୟ ବୃକ୍ଷ ଚାଷ, ଗବେଷଣା ତଥା କର୍ମ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଶ୍ରୀ ସିଂହଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ସଭାପତି ଡାକ୍ତର ଧନେଶ୍ୱର ବଳିୟାର ସିଂହ, ରାଜ୍ୟ ସମ୍ପାଦକ ଡାକ୍ତର ଶରତ କୁମାର ରାଉତଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଶ୍ରୀ ସିଂହଦେଓଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ, ମାନପତ୍ର ଓ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ।