ଶୋଚନୀୟ ହୋଇ ପଡ଼ିଛି ୧୪୯ ନମ୍ବର ଜାତୀୟ ରାଜପଥ: ଅବସ୍ଥା ସୁଧାରିବାକୁ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ତାଳଚେର: ମରଣଯନ୍ତା ପାଲଟିଛି ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯।ତାଳଚେର ତାଳବେଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା ଅଛି। କିନ୍ତୁ ଦିନକୁ ଦିନ ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଏଠାରେ ରାସ୍ତା ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ବିଜେପି ପକ୍ଷରୁ ଉକ୍ତ ଜାତୀୟ ରାଜପଥର ସମସ୍ୟା ନେଇ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର […]

ଶୋଚନୀୟ ହୋଇ ପଡ଼ିଛି ୧୪୯ ନମ୍ବର ଜାତୀୟ ରାଜପଥ:  ଅବସ୍ଥା ସୁଧାରିବାକୁ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି
ତାଳଚେର: ମରଣଯନ୍ତା ପାଲଟିଛି ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯।ତାଳଚେର ତାଳବେଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା ଅଛି। କିନ୍ତୁ ଦିନକୁ ଦିନ ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଏଠାରେ ରାସ୍ତା ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ବିଜେପି ପକ୍ଷରୁ ଉକ୍ତ ଜାତୀୟ ରାଜପଥର ସମସ୍ୟା ନେଇ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧିମଣ୍ଡଳୀ କହିଛନ୍ତି, କଣିହାଁ, ପାଳଲହଡ଼ା, ବଅଁରପାଳ, ପରଜଙ୍ଗ, କାମାକ୍ଷାନଗର ଅଞ୍ଚଳକୁ ଯିବା ପାଇଁ ତାଳଚେରବାସୀଙ୍କର ଏହା ମୁଖ୍ୟ ରାସ୍ତା। ଦୈନିକ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରତିଦିନ ବହୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ତେବେ ଦାବିପତ୍ର ପ୍ରଦାନ ବେଳେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ସନ୍ଥପଡା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।