ବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ଥାନା ନୂଆପଡ଼ା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ାର ଗଙ୍ଗାଧର ସାହୁ। ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ବିଲରେ କାମ କରୁଥିବା ବେଳେ ଗଙ୍ଗାଧର ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ […]

ବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ଥାନା ନୂଆପଡ଼ା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ାର ଗଙ୍ଗାଧର ସାହୁ। ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ବିଲରେ କାମ କରୁଥିବା ବେଳେ ଗଙ୍ଗାଧର ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗଙ୍ଗାଧରଙ୍କ ପରିବାର ପକ୍ଷରୁ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରିଛି।