ଜାତୀୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୩ ପଦକ
ଅନୁଗୁଳ: ଚଳିତ ମାସ ୭ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ୨୪ ତମ ଜାତୀୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୧୩ ଜଣ ଖେଳାଳି ଭାଗ ନେଇ ଦୁଇଟି କାଂସ୍ୟ ପଦକ ଓ ଗୋଟାଏ ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ବାଳିକା ବିଭାଗର କାଵ୍ୟା ଦାସ ରୌପ୍ୟ ପଦକ ହାସଲ କରିଥିବା ବେଳେ କନିଷ୍ଠ […]
ଅନୁଗୁଳ: ଚଳିତ ମାସ ୭ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ୨୪ ତମ ଜାତୀୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୧୩ ଜଣ ଖେଳାଳି ଭାଗ ନେଇ ଦୁଇଟି କାଂସ୍ୟ ପଦକ ଓ ଗୋଟାଏ ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି।
ବାଳିକା ବିଭାଗର କାଵ୍ୟା ଦାସ ରୌପ୍ୟ ପଦକ ହାସଲ କରିଥିବା ବେଳେ କନିଷ୍ଠ ବାଳିକା ବିଭାଗରେ ତରାଂଶି କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ବାଳକ ବିଭାଗରେ ପ୍ରଜ୍ୱଲ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ଖେଳାଳି ମାନଙ୍କୁ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଅନୁଗୁଳ ରେଳଷ୍ଟେସନ ଠାରେ ପୁଷ୍ପ ମାଳ ଦେଇ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଁ ଥିଲେ।