ସିପିପିର ପରିବହନ ବନ୍ଦ, ଗେଟ୍ ସାମ୍ନାରେ ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘର ଧାରଣା
ଅନୁଗୁଳ: ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘ ସଭାପତି ପ୍ରବାସ ସାମଲଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ଲାଣ୍ଟ ସାମ୍ନାରେ ଧାରଣା ଦିଆଯାଇଛି। ନାଲକୋ ସିପିପି ପରିସରରେ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସାମଗ୍ରୀର ସମୁଦାୟ ଲୋଡିଂର ୫୦ ପ୍ରତିଶତ କଟାଯାଉଥିବାରୁ ସମସ୍ତ ପରିବହନ ବନ୍ଦ କରି ଏହି ଧାରଣା ଦିଆଯାଇଛି। ଶ୍ରୀ ସାମଲଙ୍କ କହିବାନୁସାରେ, ଜିଲ୍ଲା ପ୍ରଶାସନ ତଥା ନାଲକୋ ପ୍ରଶାସନଙ୍କୁ ଲିଖିତ ଆକାରରେ ଲୋଡିଂକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଆଜି ସଂଘର ସଭାପତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଙ୍କୁ ନେଇ ନାଲକୋ ସିପିପି ଗେଟ୍ ସାମ୍ନାରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି କହିଛନ୍ତି। ସଂଘର ସଭାପତି ପ୍ରବାସ ସାମଲ କହିଛନ୍ତି, ଆସୋସିଏସନ୍ ୨୦୦୪ ରେ ନୂତନ ଭାବେ ଆରମ୍ଭ ହେବା ଦିନଠାରୁ ଟ୍ରକ ଗୁଡିକ ଆବଶ୍ୟକ ଅନୁଯାୟୀ ଲୋଡିଂ ପାଇ ପାରୁନାହାନ୍ତି। ଫଳରେ ଋଣ ନେଇ ଟ୍ରକ କିଣିଥିବା ମାଲିକମାନେ ଠିକ ଭାବରେ ଋଣ ପରିଶୋଧ କରିପାରୁନାହାନ୍ତି କି ଠିକ୍ ସମୟରେ ଟ୍ରକ ଚାଳକଙ୍କୁ ଦରମା ଦେଇପାରୁନଥିବା କହିଛନ୍ତି। ଏହା ଦ୍ବାରା ମାଲିକ ମାନେ ବହୁତ କ୍ଷତି ସହୁଥିବା କହିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁରହିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି। The post ସିପିପିର ପରିବହନ ବନ୍ଦ, ଗେଟ୍ ସାମ୍ନାରେ ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘର ଧାରଣା first appeared on Dreams Rider

ଅନୁଗୁଳ: ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘ ସଭାପତି ପ୍ରବାସ ସାମଲଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ଲାଣ୍ଟ ସାମ୍ନାରେ ଧାରଣା ଦିଆଯାଇଛି। ନାଲକୋ ସିପିପି ପରିସରରେ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସାମଗ୍ରୀର ସମୁଦାୟ ଲୋଡିଂର ୫୦ ପ୍ରତିଶତ କଟାଯାଉଥିବାରୁ ସମସ୍ତ ପରିବହନ ବନ୍ଦ କରି ଏହି ଧାରଣା ଦିଆଯାଇଛି। ଶ୍ରୀ ସାମଲଙ୍କ କହିବାନୁସାରେ, ଜିଲ୍ଲା ପ୍ରଶାସନ ତଥା ନାଲକୋ ପ୍ରଶାସନଙ୍କୁ ଲିଖିତ ଆକାରରେ ଲୋଡିଂକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଆଜି ସଂଘର ସଭାପତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଙ୍କୁ ନେଇ ନାଲକୋ ସିପିପି ଗେଟ୍ ସାମ୍ନାରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି କହିଛନ୍ତି। ସଂଘର ସଭାପତି ପ୍ରବାସ ସାମଲ କହିଛନ୍ତି, ଆସୋସିଏସନ୍ ୨୦୦୪ ରେ ନୂତନ ଭାବେ ଆରମ୍ଭ ହେବା ଦିନଠାରୁ ଟ୍ରକ ଗୁଡିକ ଆବଶ୍ୟକ ଅନୁଯାୟୀ ଲୋଡିଂ ପାଇ ପାରୁନାହାନ୍ତି। ଫଳରେ ଋଣ ନେଇ ଟ୍ରକ କିଣିଥିବା ମାଲିକମାନେ ଠିକ ଭାବରେ ଋଣ ପରିଶୋଧ କରିପାରୁନାହାନ୍ତି କି ଠିକ୍ ସମୟରେ ଟ୍ରକ ଚାଳକଙ୍କୁ ଦରମା ଦେଇପାରୁନଥିବା କହିଛନ୍ତି। ଏହା ଦ୍ବାରା ମାଲିକ ମାନେ ବହୁତ କ୍ଷତି ସହୁଥିବା କହିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଓ ନାଲକୋ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁରହିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି।The post ସିପିପିର ପରିବହନ ବନ୍ଦ, ଗେଟ୍ ସାମ୍ନାରେ ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘର ଧାରଣା first appeared on Dreams Rider