ଅନୁଗୁଳରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୮୧୧ ଟି ବିଚାରାଧୀନ ମାମଲାର ହେଲା ସମାଧାନ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୩ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୮ ଲକ୍ଷ ୩୪ ହଜାର ୮୦୬ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୨୮୧୧ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୪୩ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୨ କୋଟି ୭୦ ଲକ୍ଷ ୨୨ ହଜାର ଟଙ୍କାର […]

ଅନୁଗୁଳରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୮୧୧ ଟି ବିଚାରାଧୀନ ମାମଲାର ହେଲା ସମାଧାନ
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୩ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୮ ଲକ୍ଷ ୩୪ ହଜାର ୮୦୬ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୨୮୧୧ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୪୩ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୨ କୋଟି ୭୦ ଲକ୍ଷ ୨୨ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ସେହିଭଳି ୧୭ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୩୨ ଲକ୍ଷ ୮୦ ହଜାର ୯୪ ଟଙ୍କାରେ ସମାଧାନ କରାଯାଇଥିଲା। ୫୪ ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୧୦ଟି ବିଚାରାଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୧୫ ଟି ପାରିବାରିକ ମାମଲା (ଛାଡ଼ପତ୍ର ବ୍ୟତୀତ) ଓ ୬୪୮ ଟି ଫୌଜଦାରୀ ସମ୍ପର୍କିତ ମାମଲା, ୨ ଟି ଜମି ଅଧିଗ୍ରହଣ ମାମଲା, ୨୦୨୨ ଟି ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଫଇସଲା କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତ ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥ ତତ୍ତ୍ୱାବଧାନରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅନୁଗୁଳ ଅଦାଲତର ବିଚାରପତି, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ।