ବର୍ଷା ପାଇଁ ଏବେ ବି ହେଉଛି ଇନ୍ଦ୍ରଙ୍କ ପୂଜା: ତୁଳସୀପାଳରେ ଇନ୍ଦ୍ର ଦେବତାଙ୍କ ବାର୍ଷିକ ପୂଜା ଆୟୋଜିତ

ଅନୁଗୁଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ସ୍ଥିତ ଆଳୁଆମୁଣ୍ଡା ରଗଡାରେ ସବୁ ବର୍ଷ ଭଳି ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ହୋମଯଜ୍ଞର ଆୟୋଜନ କରାଯାଇଛି। ସକାଳୁ ତୁଳସୀପାଳ ଗ୍ରାମସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଭଗବତ ଗ୍ରନ୍ଥକୁ ନାମ ସଂକୀର୍ତ୍ତନ କରି ଆଳୁଆମୁଣ୍ଡା ରଗଡାକୁ ନେଇ ସେଠାରେ ସ୍ଥାପିତ ପୂଜାମଣ୍ଡପରେ ସ୍ଥାପିତ କରିଥିଲେ। ସେଠାରେ ଇନ୍ଦ୍ରଦେବତାଙ୍କ ଉଦ୍ଦେଶ୍ୟରେ ହେଉଥିବା ହୋମଯଜ୍ଞରେ ଗ୍ରାମ ସମ୍ପାଦକ ନୀଳମଣି ବିଶ୍ୱାଳ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଦୁଇଟି […]

ବର୍ଷା ପାଇଁ ଏବେ ବି ହେଉଛି ଇନ୍ଦ୍ରଙ୍କ ପୂଜା: ତୁଳସୀପାଳରେ ଇନ୍ଦ୍ର ଦେବତାଙ୍କ ବାର୍ଷିକ ପୂଜା ଆୟୋଜିତ
ଅନୁଗୁଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ସ୍ଥିତ ଆଳୁଆମୁଣ୍ଡା ରଗଡାରେ ସବୁ ବର୍ଷ ଭଳି ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ହୋମଯଜ୍ଞର ଆୟୋଜନ କରାଯାଇଛି। ସକାଳୁ ତୁଳସୀପାଳ ଗ୍ରାମସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଭଗବତ ଗ୍ରନ୍ଥକୁ ନାମ ସଂକୀର୍ତ୍ତନ କରି ଆଳୁଆମୁଣ୍ଡା ରଗଡାକୁ ନେଇ ସେଠାରେ ସ୍ଥାପିତ ପୂଜାମଣ୍ଡପରେ ସ୍ଥାପିତ କରିଥିଲେ। ସେଠାରେ ଇନ୍ଦ୍ରଦେବତାଙ୍କ ଉଦ୍ଦେଶ୍ୟରେ ହେଉଥିବା ହୋମଯଜ୍ଞରେ ଗ୍ରାମ ସମ୍ପାଦକ ନୀଳମଣି ବିଶ୍ୱାଳ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଦୁଇଟି ଶୁଖିଲା କାଠର ଘର୍ଷଣରେ ଉତ୍ପନ୍ନ ହେଉଥିବା ଅଗ୍ନିରେ ଯଜ୍ଞାକୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ହୋମଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଅଭିମନ୍ୟୁ ଶତପଥୀଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ମୀନକେତନ ମିଶ୍ର, ସୁବାଷ ଚନ୍ଦ୍ର ମିଶ୍ର, ଅବଧାନ ନିରୋଦ ମହାପାତ୍ର ଓ ଅବଧୂତ ବାବା ଇନ୍ଦ୍ରମଣୀ ମହାରାଜ ପ୍ରମୁଖ ହୋମକାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ନ ପ୍ରସାଦର ଆୟୋଜନ କରାଯାଇଥିଲା। ପ୍ରାୟ ଚାରି ହଜାରରୁ ଅଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।