ପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନୁଗୁଳ ବ୍ଲକ ପ୍ରତିନିଧି ଭାବେ ବିଜେପି ନେତା ତଥା ଜିଲ୍ଲାସମ୍ପାଦକ ପ୍ରଭାତ କୁମାର ପ୍ରଧାନଙ୍କୁ ମନୋନୀତ କରିଛନ୍ତି। ସାଂସଦ ଶ୍ରୀପାଣି ଲିଖିତ ଭାବେ ଏ ମର୍ମରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ପ୍ରଭାତ କୁମାର ପ୍ରଧାନ ଜଣେ ଦକ୍ଷ ଯୁବନେତା ସହ ପ୍ରାକ୍ତନ ସରପଞ୍ଚ ଥିଲେ ଏବଂ ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଅଛନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳର ଜନ ସାଧାରଣଙ୍କର ବିକାଶ ଦିଗରେ ସାଂସଦଙ୍କ ପରାମର୍ଶ କ୍ରମେ […]

ପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି
ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନୁଗୁଳ ବ୍ଲକ ପ୍ରତିନିଧି ଭାବେ ବିଜେପି ନେତା ତଥା ଜିଲ୍ଲାସମ୍ପାଦକ ପ୍ରଭାତ କୁମାର ପ୍ରଧାନଙ୍କୁ ମନୋନୀତ କରିଛନ୍ତି। ସାଂସଦ ଶ୍ରୀପାଣି ଲିଖିତ ଭାବେ ଏ ମର୍ମରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ପ୍ରଭାତ କୁମାର ପ୍ରଧାନ ଜଣେ ଦକ୍ଷ ଯୁବନେତା ସହ ପ୍ରାକ୍ତନ ସରପଞ୍ଚ ଥିଲେ ଏବଂ ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଅଛନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳର ଜନ ସାଧାରଣଙ୍କର ବିକାଶ ଦିଗରେ ସାଂସଦଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।