ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହେବା ସହିତ ତିନୋଟି ଘର ଭସ୍ମ

କନ୍ଧମାଳ:୦୫/୦୪/୨୦୨୫ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମପଞ୍ଚାୟତର କୁସୁମେଣ୍ଡିର ବରଡ଼ା ବାଲୁଙ୍କେଶ୍ୱର ମହାଦେବଙ୍କ ପୂଜକ , ସୁକାନ୍ତ ମହାପାତ୍ର,ଶଶାଙ୍କ ଶେଖର ମହାପାତ୍ର,ଏବଂ ବିଧବା ମହିଳା ସୁଭଦ୍ରା ମହାପାତ୍ର ଙ୍କ ର ସଂନ୍ଧ୍ୟା ସମୟରେ ନିଆଁ ଲାଗି ତିନି ବଖରା ଘର ଦଶ ପନ୍ଦର ମିନିଟ ଭିତରେ ଚାହୁଁ ଚାହୁଁ ଜଳିଗଲା । ଘର ଭିତରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଆସ ବାବ ପତ୍ର କାଢ଼ିବା ପୂର୍ବରୁ ନିଆଁ ଲାଗି ସମସ୍ତ ସମ୍ପତ୍ତି ଭସ୍ମ ହୋଇଗଲା । ଯାହା ଫଳରେ ଏହି ତିନି ଜଣ ବ୍ୟକ୍ତି ସର୍ବ ହରା ହୋଇଯାଇଛନ୍ତି। ଆଜି ଲାଇନପଡ଼ା ରେ ହାଟ ଥିବାରୁ ସମସ୍ତ ଶହ ଶହ ଲୋକ ଜୀବନକୁ ବାଜି ଲଗେଇ ଲୋକ ଯାଇ ନିଆଁ ଲିଭେଇବାରେ ସାହାଯ୍ୟ କରିଥିଲେ । କିଛି ସମୟ ପରେ ଖଜୁରୀପଡ଼ା ଅଗ୍ନିଶମ ବାହିନୀ ଆସି ପହଂଚି ଥିଲେ । କିନ୍ତୁ ସେମାନେ ପହଞ୍ଚିବାବେଳେ କିଛି ନ ଥିଲା ସବୁକିଛି ଶେଷ ହୋଇଯାଇଥିଲା । ଏଥିନିମନ୍ତେ ଏମାନଙ୍କ ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।

ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହେବା ସହିତ ତିନୋଟି ଘର ଭସ୍ମ