ଅବକାରୀ ଚଢ଼ଉ: ୭୬ ପେଟି ମୃତ୍ୟୁ ସଞ୍ଜୀବନି ସୁରା ଜବତ, ଜଣେ ଅଟକ

ଭଦ୍ରକ ୧୭/୦୫: ସାଧାରଣ ଦୋକାନରେ ମିଳୁଛି ମୃତ୍ୟୁ ସଂଜୀବନି ସୁରା। ଏହି ମୃତ୍ୟୁ ସଂଜୀବନି ସୁରାକୁ ଔଷଧ ଭାବେ ବ୍ୟବହାର କରାଯାଏ । କିନ୍ତୁ କିଛି ଲୋକ ଏହାକୁ ନିଶା ଭାବେ ବ୍ୟବହାର କରୁଛନ୍ତି। ଏକ ଦୋକାନରେ ଚଢ଼ଉ କରି ୭୬ ପେଟି ମୃତ୍ୟୁ ସଂଜୀବନି ସୁରା ଜବତ କରିଛି ଅବକାରୀ ବିଭାଗ। ଧାମନଗର ଅବକାରୀ ବିଭାଗ ଏହି ଚଢ଼ାଉ କରିଛି। ଧାମନଗର ବଡ଼ବଜାର ପାଖରେ ଏପରି ଘଟଣା ଘଟିଛି। ସେଠାରେ ଥିବା ଲମ୍ବୋଦର ବେହେରାଙ୍କ ଦୋକାନରେ ଚଢ଼ଉ କରିଛି ଅବକାରୀ ବିଭାଗ। ଚଢ଼ଉ ବେଳେ ୬୪୮ ଲିଟର ମୃତ୍ୟୁ ସଂଜୀବନି ସୁରା ଜବତ ହୋଇଛି। ଏହି ଅଭିଯୋଗରେ ଲମ୍ବୋଦରଙ୍କୁ ଅଟକ ରଖୁଛି ଅବକାରୀ ବିଭାଗ । ଏହି ଚଢ଼ଉରେ ଧାମନଗର ଅବକାରୀ ଭାରପ୍ରାପ୍ତ ଅଧିକାରୀ ସନ୍ଦୀପ ପରିଡ଼ା, ସବ ଇନ୍ସପେକ୍ଟର ରବି ବେହେରା, ଏଏସଆଇ ଭାବେଶ ଦାସଙ୍କ ସହ ବହୁ କର୍ମଚାରୀ ସାମିଲ ଥିଲେ। ସୂଚନାଥାଉକି, ବହୁ ଦିନ ହେବ ଧାମନଗର ଅଞ୍ଚଳରେ ବ୍ୟାପକ ଚଢ଼ାଉ ସତ୍ତ୍ବେ ସୁରା ବିକ୍ରି ଥମିବାର ନାଁ ନେଉନି।

ଅବକାରୀ ଚଢ଼ଉ: ୭୬ ପେଟି ମୃତ୍ୟୁ ସଞ୍ଜୀବନି ସୁରା ଜବତ, ଜଣେ ଅଟକ