ଇକ୍ୱାଟରିୟାଲ୍‌ ଗିନିର ବାତା ସହରରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ

ମାଲାବୋ: ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍‌ ଗିନି ଅନ୍ତର୍ଗତ ବାତା ସହରରେ ଥିବା ଏକ ସାମରିକ ଘାଟିରେ ଭୀଷଣ ସରିଜ୍‌ ବିସ୍ଫୋରଣ ଘଟି ଅନ୍ୟୂନ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କଥା ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ‘ଟିଭିଜିଇ’ କହିଛି। ବିସ୍ଫୋରଣର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା କୌଣସି ଆକ୍ରମଣ ନୁହେଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ‘ଟିଭିଜିଇ’କୁ କହିଛନ୍ତି। ଭଙ୍ଗାରୁଜା କଂକ୍ରିଟ୍‌ ଗଦାରୁ […] The post ଇକ୍ୱାଟରିୟାଲ୍‌ ଗିନିର ବାତା ସହରରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ first appeared on Sambad.

ଇକ୍ୱାଟରିୟାଲ୍‌ ଗିନିର ବାତା ସହରରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ
ମାଲାବୋ: ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍‌ ଗିନି ଅନ୍ତର୍ଗତ ବାତା ସହରରେ ଥିବା ଏକ ସାମରିକ ଘାଟିରେ ଭୀଷଣ ସରିଜ୍‌ ବିସ୍ଫୋରଣ ଘଟି ଅନ୍ୟୂନ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କଥା ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ‘ଟିଭିଜିଇ’ କହିଛି। ବିସ୍ଫୋରଣର କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଏହା କୌଣସି ଆକ୍ରମଣ ନୁହେଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ ‘ଟିଭିଜିଇ’କୁ କହିଛନ୍ତି। ଭଙ୍ଗାରୁଜା କଂକ୍ରିଟ୍‌ ଗଦାରୁ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ଟାଣି ବହାର କରୁଥିବା ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବେଡ୍‌ସିଟ୍‌ରେ ଗୁଡ଼ାଇ ନେଉଥିବାର ଦୃଶ୍ୟ ମଧ୍ୟ ‘ଟିଭିଜିଇ’ ପ୍ରସାରଣ କରିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ‘ଟିଭିଜିଇ’ କହିଛି, ଏହି ଅଘଟଣରେ ୪୨୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି। Representative Image Courtesy of Zee News ପିଲାମାନଙ୍କ ସମେତ ଅନେକ ଆହତ ବ୍ୟକ୍ତିଙ୍କୁ ପିକ୍‌-ଅପ୍‌ ଟ୍ରକ୍‌ରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଉଥିବା ଦୃଶ୍ୟ ମଧ୍ୟ ‘ଟିଭିଜିଇ’ ପ୍ରସାରଣ କରିଛି। ଡାକ୍ତରଖାନାର ଓ୍ଵାର୍ଡ ସବୁରେ ରକ୍ତରଞ୍ଜିତ କ୍ଷତାକ୍ତ ବ୍ୟକ୍ତିମାନେ ପୂରି ରହିଥିବା ବେଳେ କେତେକ ଚଟାଣ ଓ ଟେବୁଲ୍‌ ଉପରେ ଶୋଇ ରହି ଚିକିତ୍ସା ନିମନ୍ତେ ଅପେକ୍ଷା କରିଥିବା ରିପୋର୍ଟ ହୋଇଥିଲା। ବିସ୍ଫୋରଣ ଘଟିଥିବା ଅଞ୍ଚଳର ଥିବା ଘରର ଟିଣ ଛପର ସବୁ ଉଡ଼ିଯାଇ ମୋଡ଼ିମକଚି ହୋଇ ଭଙ୍ଗାରୁଜା ଇଟାମାଟି ମଧ୍ୟରେ ପଡ଼ିଥିବା ଦେଖାଯାଇଥିଲା। ସେ ଅଞ୍ଚଳରେ ଅଧିକାଂଶ ବାସିନ୍ଦାଙ୍କର କେବଳ ଘରର କାନ୍ଥ ଠିଆହୋଇ ରହିଥିବା ଦେଖାଯାଉଛି। ଆକାଶକୁ ଘନକଳା ରଙ୍ଗର ଧୂଆଁ କୁଣ୍ଡଳୀ ଉଠୁଥିବା ବେଳେ ଦମକଳବାହିନୀର କର୍ମଚାରୀମାନେ ବିସ୍ଫୋରଣଜନିତ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।The post ଇକ୍ୱାଟରିୟାଲ୍‌ ଗିନିର ବାତା ସହରରେ ସିରିଜ୍‌ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ first appeared on Sambad.