କେଉଁ ଦିନ ପାଳନ କରାଯିବ ରାକ୍ଷୀପୂର୍ଣ୍ଣିମା , ଜାଣିନିଅନ୍ତୁ ଭଦ୍ରକାଳ ବିଷୟରେ
ହିନ୍ଦୁ ପାଞ୍ଜି ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମା ପର୍ବଟି ହିନ୍ଦୁମାନଙ୍କର ଏକ ମହତ୍ୱପୂର୍ଣ୍ଣ ପର୍ବ ଭାବରେ ବିବେଚନା କରାଯାଇଛି । ଯାହା ଭାରତର ଅନେକ ସ୍ଥାନରେ ପାଳନ କରାଯାଏ ।
ଭାରତ ଛଡା ସାରା ବିଶ୍ୱରେ, ଯେଉଁଠାରେ ହିନ୍ଦୁ ଧର୍ମର ଲୋକମାନେ ରୁହନ୍ତି ସେଠାରେ ଭାଇ ଭଉଣୀଙ୍କ ମଧ୍ୟରେ ଏହି ପର୍ବ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀର ପ୍ରେମର ପ୍ରତୀକ ବୋଲି ମନେ କରାଯାଉଛି । ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦୁଇ ଦିନ ପାଳନ କରାଯିବ ଅର୍ଥାତ ୩୦ ଏବଂ ୩୧ ଅଗଷ୍ଟରେ । ଏହା ଛଡା ପୂର୍ଣ୍ଣିମା ସହିତ ରାକ୍ଷୀ ବନ୍ଧନର ସଂଯୋଗ ହେଉଥିବାରୁ ରାକ୍ଷୀ ପୂର୍ଣ୍ଣିମା ଶୁଭ ଅଟେ । ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମାର ଶୁଭ ସମୟ ଏବଂ ଭଦ୍ରାକାଳ ସଂଯୋଗ ବିଷୟରେ ।
ଶାସ୍ତ୍ର ଅନୁସାରେ ରାକ୍ଷୀପୂର୍ଣ୍ଣିମା ଭଦ୍ରାକାଳର ପାଳନ କଲେ ତାହା ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ରାକ୍ଷୀକୁ ୩୦ ଅଗଷ୍ଟ ରାତି ୯ଟା ୨ ମିନିଟରେ ପରେ ନିଜର ଭାଇଙ୍କୁ ବାନ୍ଧିପାରିବେ । ନଚେତ ୩୧ ଅଗଷ୍ଟ ସକାଳ ୭.୫ ମିନିଟ ପୂର୍ବରୁ ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ହେବ । ରକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ପୂଜା ଥାଳିରେ ଧୁପ, ଘିଅ, ଦୀପ ରଖିବା ନିହାତି ଆବଶ୍ୟକ, ଏହା ଛଡା ସେଥିରେ ଅକ୍ଷତ ଚାଉଳ, ମିଠା ଆଉ ଭାଇକୁ ଯେଉଁ ରାକ୍ଷୀ ବାନ୍ଧିବ ସେହି ରାକ୍ଷୀ ରଖିବେ । ଯଦି ଆପଣଙ୍କ ଘରେ ବାଲ ଗୋପାଳଙ୍କ ମୂର୍ତ୍ତି ଅଛି ତେବେ ଆପଣ ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ ।
Dreamsrider
Aug 29, 2023 - 17:20
Updated: Aug 29, 2023 - 17:24
34
0