କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଲା
ଭୁବନେଶ୍ବର: ଆଜି ରାଜ୍ୟରେ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଏବଂ ରାୟଗଡ଼ାରୁ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଏବଂ ରାୟଗଡ଼ାରୁ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୭ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି |
7. A 5-year old male child of Bhubaneswar who was also suffering from Cerebral Palsy with seizure disorder.
— H & FW Dept Odisha (@HFWOdisha) July 28, 2020
ଗଞ୍ଜାମ ଜିଲ୍ଲାର ତିନି ଜଣ ମୃତକଙ୍କର ବୟସ ଯଥାକ୍ରମେ ୫୫, ୫୬ ଓ ୩୯ ବର୍ଷ। ସେମାନେ ସମସ୍ତେ ପୁରୁଷ ରାୟଗଡ଼ା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହରେ ପୀଡ଼ିତ ଥିଲେ | ଠିକ୍ ସେହିପରି ସେହି ଜିଲ୍ଲାର ଆଉଜଣେ ୩୧ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଛି |
ଭୁବନେଶ୍ୱରର ଜଣେ ୫ ବର୍ଷର ନାବାଳକଙ୍କର କରୋନାରେ ପ୍ରାଣହାନି ଘଟିଛି, ଯିଏକି ସେରେବ୍ରାଲ୍ ପାଲସିରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏହାଛଡ଼ା କଟକର ଯେଉଁ ୪୫ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧୁମେହ ଓ ଆଜମାରେ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୧୨୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୬୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୫୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୭,୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୪୫ ରହିଛି।