ଜାଇଫଳରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଜାଇ ଫଳ ଗରମ ମସଲା ରୂପେ ବ୍ୟବହାର କରାଯାଇଥାଏ ଏବଂ ଏଥିରେ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ରହିଛି।  ଏହି ଫଳ ଅନେକ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଜାଇଫଳ ଆମ ଶରୀର ପାଇଁ କେତେ   ଉପକାର ହୋଇଥାଏ। ଭୋକ ଲାଗୁନଥିଲେ ଜାଇ ଫଳର ଛୋଟ ଖଣ୍ଡକୁ ପାଟିରେ ରଖି ଚୁଚୁମିଲେ , ଏହା ଦ୍ୱାରା ହଜମ ଶକ୍ତି ବଢିବା ସହ ଭୋକ ବଢିଥାଏ। ଲାଳ ଝାଡା ହେଉଥିଲେ ଜାଇଫଳ ବାଟି ପାଣିରେ […] The post ଜାଇଫଳରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ appeared first on Odisha Bhaskar.

ଜାଇଫଳରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ
ଜାଇ ଫଳ ଗରମ ମସଲା ରୂପେ ବ୍ୟବହାର କରାଯାଇଥାଏ ଏବଂ ଏଥିରେ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ରହିଛି।  ଏହି ଫଳ ଅନେକ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଜାଇଫଳ ଆମ ଶରୀର ପାଇଁ କେତେ   ଉପକାର ହୋଇଥାଏ। ଭୋକ ଲାଗୁନଥିଲେ ଜାଇ ଫଳର ଛୋଟ ଖଣ୍ଡକୁ ପାଟିରେ ରଖି ଚୁଚୁମିଲେ , ଏହା ଦ୍ୱାରା ହଜମ ଶକ୍ତି ବଢିବା ସହ ଭୋକ ବଢିଥାଏ। ଲାଳ ଝାଡା ହେଉଥିଲେ ଜାଇଫଳ ବାଟି ପାଣିରେ ମିଶାଇ ପିଇଲେ ଭଲ ହୋଇଥାଏ। ଏଥିସହ ବହୁ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ମହୁ ସହ ଜାଇଫଳ ମିଶାଇ ଖାଇଲେ  ହୃଦୟ ସୁସ୍ଥ ରହିଥାଏ ଓ ହୃଦ ରୋଗ ଜନିତ ସମସ୍ୟା ଦେଖା ଯାଇନଥାଏ। ଦାନ୍ତ ମାଢି ଦରଜ ହେବା ପରି ସମସ୍ୟା ଭୋଗୁଥିଲେ ଜାଇଫଳକୁ ରାତି ସାରା ଭିଜାଇ ରଖି ଦରଜ ସ୍ଥାନରେ ଲଗାଇଦିଅନ୍ତୁ। ଏମିତି କଲେ ଦାନ୍ତ ଦରଜରୁ ଉପଶମ ମିଳିଥାଏ। ବ୍ରଣ ଜନିତ ସମସ୍ୟା ଭୋଗୁଥିଲେ ଜାଇଫଳକୁ କ୍ଷୀରରେ ଘସି ମୁହଁରେ ଲଗାନ୍ତୁ। ଦେଖିବେ  ଅଳ୍ପ ଦିନରେ ତ୍ୱଚାରେ ଚମକ ଆସିଯିବ। କ୍ଷୀର ସହ ଜାଇଫଳ ଗୁଣ୍ଡକୁ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। The post ଜାଇଫଳରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ appeared first on Odisha Bhaskar.