ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦ ହେବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର
ଭୁବନେଶ୍ବର : ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପିଏସ) ବନ୍ଦ ହେବାକୁ ନେଇ ରାଜ୍ୟରେ ଦଳମତ ନିର୍ବିଶେଷରେ ଚିନ୍ତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ନେଇ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ.ସିଂଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତିମନ୍ତ୍ରୀଙ୍କୁ ପତ୍ରଲେଖି ଓ ଟେଲିଫୋନ କରି ଟିଟିପିଏସ ସଂପ୍ରସାରଣ ଲାଗି ଅନୁରୋଧ କରିଛନ୍ତି । ଟିଟିପିଏସର ସଂପ୍ରସାରଣ […]
The post ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦ ହେବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର first appeared on Sambad.
ଭୁବନେଶ୍ବର : ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପିଏସ) ବନ୍ଦ ହେବାକୁ ନେଇ ରାଜ୍ୟରେ ଦଳମତ ନିର୍ବିଶେଷରେ ଚିନ୍ତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ନେଇ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ.ସିଂଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତିମନ୍ତ୍ରୀଙ୍କୁ ପତ୍ରଲେଖି ଓ ଟେଲିଫୋନ କରି ଟିଟିପିଏସ ସଂପ୍ରସାରଣ ଲାଗି ଅନୁରୋଧ କରିଛନ୍ତି । ଟିଟିପିଏସର ସଂପ୍ରସାରଣ ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ ଓ ଭବିଷ୍ୟତରେ ଏହା ବନ୍ଦ ହେବ ନାହିଁ ବୋଲି ଶକ୍ତିମନ୍ତ୍ରୀ ଆଶ୍ବାସନା ଦେଇଥିବା ଧର୍ମେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛନ୍ତି ।
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ୍ -3 ସଂପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ @OfficeOfRKSingh ଜୀଙ୍କୁ ଆଜି ପତ୍ର ଲେଖିବା ପରେ ଫୋନରେ ଏ ସମ୍ବନ୍ଧରେ କଥା ହେଲି।ଟିଟିପିଏସର ଏହି ପ୍ରକଳ୍ପ ସମ୍ପ୍ରସାରଣ ସହ ଭବିଷ୍ୟତରେ ଏହା ବନ୍ଦ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଧନ୍ୟବାଦ। pic.twitter.com/4vWno8Yf3W
— Dharmendra Pradhan (@dpradhanbjp) March 25, 2021
ଏହା ସହିତ ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନିଜ ଟ୍ବିଟରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ ତାଙ୍କର ଏବଂ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏନଟିପିସି ଦ୍ୱାରା ୨୦୧୭ରେ ଦାଖଲ ହୋଇଥିବା ଏହି ପ୍ରକଳ୍ପ ପ୍ରସ୍ତାବକୁ ୨୦୨୦ ଫେବୃୟାରୀରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଅନୁମତି ପ୍ରଦାନ କରିଥିଲା । ଏହି ପ୍ରକଳ୍ପଟି ଅଞ୍ଚଳର ଜୀବିକା ଏବଂ ଅର୍ଥନୈତିକ ବିକାଶ ଏବଂ ସ୍ୱଳ୍ପ ମୂଲ୍ୟର ନିର୍ଭରଯୋଗ୍ୟ ଶକ୍ତିର ନିରନ୍ତର ଉପଲବ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।The post ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦ ହେବା ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର first appeared on Sambad.