୩ ହାର୍ଡକୋର ମହିଳା ମାଓବାଦୀ ଗିରଫ

୩ ହାର୍ଡକୋର ମହିଳା ମାଓବାଦୀ ଗିରଫ ରିପୋର୍ଟ:-ଶରତ ଚନ୍ଦ୍ର ଖରା ମାଲକାନଗିରି: ୩ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି। ଆନ୍ଧ୍ର ଓଡିଶା ବୋର୍ଡର ସାଉଥ ଜୋର୍ଣ୍ଣାଲ କମ୍ମିଟି ମିଲେଟ୍ରି ପ୍ଲାଟୁନର ଥିଲେ ଏହି ହାର୍ଡକୋର ମାଓବାଦୀ। ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର । ଗିରଫ ମହିଳା ମାଓବାଦୀ ମାନେ ହେଲେ ମହିଳା ମାଓ ନେତ୍ରୀ ସ୍ୱପ୍ନା ଏସିଏମ କ୍ୟାଡ଼ର ତାଙ୍କ ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମଲା ଓରଫ ବବିତା ପାର୍ଟି ମେମ୍ବର। ୨ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ପ୍ରଭାବିତ ସୁସ୍ମିତା ଓରଫ ସୁନିତା ଟପ ମାଓବାଦୀ ଉଦୟର ଥିଲେ ଅଙ୍ଗ ରକ୍ଷକ । ତାଙ୍କ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ୩ ମହିଳା ମାଓବାଦୀଙ୍କ ନାଁରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ମାଲକାନଗିରି ପୁଲିସ ଏବଂ ଡିଭିଏଫ ଯବାନଙ୍କ ତଲାସି ଅଭିଯାନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରୁ ଏମାନଙ୍କୁ ଗିରଫ କରାଯାଇଛି।

୩ ହାର୍ଡକୋର ମହିଳା ମାଓବାଦୀ ଗିରଫ
୩ ହାର୍ଡକୋର ମହିଳା ମାଓବାଦୀ ଗିରଫ