ଦେବ ଦୂତ ସାଜିଲେ ଚୈତନ୍ୟ।
ଗଞ୍ଜାମ ଜିଲ୍ଲା ଖଲିକୋଟର ଡମ୍ବରୁଧର ମୁଦୁଲିଙ୍କର ନଅ ବର୍ଷର ଶିଶୁପୁତ୍ର ସାଇ ପ୍ରସାଦ ମୁଦୁଲି ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍.ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବରଳ ରକ୍ତ ଏ ନେଗେଟିଭ ହୋଇଥିବାରୁ ଏ ନେଗେଟିଭ ରକ୍ତଦାତା ଯୋଗାଡ କରିବାରେ ବିଫଳ ହୋଇ ଭୁବନେଶ୍ୱର ପୋଲିସ କମିଶିନରେଟର ରକ୍ତ ବନ୍ଧୁର ସହଯୋଗ ଲୋଡିଥିଲେ। ପୋଲିସ କମିଶିନରେଟର ସହଯୋଗ କ୍ରମେ ଅନୁଗୁଳ ଜିଲ୍ଲାର ତାଳଚେର ଘଣ୍ଟପଡାର ଚୈତନ୍ୟ ସେଠୀ (୨୫) ନିଜ ଖର୍ଚ୍ଚରେ ଭୁବନେଶ୍ୱର ଏମ.ସ. ଯାଇ ନଜର ବରଳ ରକ୍ତ ଦେଇ ଶିଶୁ ପୁତ୍ରର ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ। ଚୈତନ୍ୟଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ଚାରି ଆଡୁ ପ୍ରଶଂସା ସୁଅ ଛୁଟୁଛି। ପୂର୍ବରୁ ମଧ୍ୟ ଅନୁଗୁଳ ଅଞ୍ଚଳର ଅନେକ ଅସହାୟ ଗରିବ ରୋଗୀ ଭୁବନେଶ୍ୱରର ବିଭିନ୍ନ ହସପିଟାଲରେ ଚିକିତ୍ସା ବେଳେ ରକ୍ତ ଲାଗି ଯେତେବେଳେବି କମିଶିନରେଟ ପୋଲିସର ରକ୍ତବନ୍ଧୁର ସହାୟତା ଲୋଡିଛନ୍ତି ସର୍ବଦା ରକ୍ତବନ୍ଧୁ ମାନେ ଆସି ଦେବ ଦୂତ ସାଜିଛନ୍ତି। ତେଣୁ ଭୁବନେଶ୍ୱର ପୋଲିସ କମିଶିନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସବୁଆଡୁ ପ୍ରଶଂସା ସୁଅ ଛୁଟିଛି।