ଦମ୍ ଦେଖାଇଲେ ନୀତିଶ-ରାହୁଲ, ୧୦ ରନରେ ହାରିଲା ହାଇଦ୍ରାବାଦ, ବିଜୟ ସହ କେକେଆରର ଅଭିଯାନ ଆରମ୍ଭ
ଚେନ୍ନାଇ ୧୧।୦୪: ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ପରେ ବୋଲରଙ୍କ ମାପଚୁପ ବୋଲିଂ ଦମରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ୧୪ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି। ବିଜୟ ସହ କୋଲକାତା ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ମନୀଷ ପାଣ୍ଡେଙ୍କ ଅପରାଜିତ(୬୧) ଓ ଜୋନି ବେୟାରଷ୍ଟୋ(୫୫) ସତ୍ତ୍ଵେ ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୧୭୭ ରନ କରି ପାରିଥିଲା।
୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦ ୧୦ ରନରେ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର(୩) ଓ ଋଦ୍ଧିମାନ ଶାହା(୭)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ମନୀଷ ପାଣ୍ଡେ ଓ ଜୋନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୯୨ ରନ ଯୋଡି ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ଜୋନି ବେୟାରଷ୍ଟୋଙ୍କୁ ଆଉଟ୍ କରି ପାଟ୍ କମିନ୍ସ ହାଇଦ୍ରାବାଦକୁ ଜୋରଦାର ଝଟକା ଦେଇଥିଲେ। ବେୟାରଷ୍ଟୋ ୪୦ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୫ ରନ କରି ପାଭିଲିୟନ ଫେରିଥିଲେ।
ମହମ୍ମଦ ନବି ୧୪ ରନ କରି ଅଧିକ ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ଅନ୍ୟପଟେ ମନିଷ ପାଣ୍ଡେ ଆଇପିଏଲ୍ରେ ୨୦ତମ ଅର୍ଦ୍ଧଶତକ ହାସଲ କରି ସଂଘର୍ଷ ଜାରି ରଖିଥିଲେ। ବିଜୟ ଶଙ୍କର ୧୧ ରନ କରି ଆଉଟ୍ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଅବଦୁଲ ସାମଦ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶେଷ ଦୁଇ ଓଭରରୁ ଜିତିବାକୁ ୩୮ ରନ ଦରକାର ଥିବା ବେଳେ ୧୯ ତମ ଓଭରରୁ ୧୬ ରନ ସଂଗ୍ରହ ହୋଇଥିଲା। ଅନ୍ତିମ ଓଭରରେ ଜିତିବାକୁ ୨୨ ରନ ଦରକାର ଥିବା ବେଳେ ହାଇଦ୍ରାବାଦ ୧୨ ରନ କରି ପାରିଥିଲା। ମନୀଷ ପାଣ୍ଡେ ଶେଷ ପର୍ଯ୍ୟନ୍ତ ଲଢି ୪୩ ବଲ୍ରୁ ୨ ଚୌକା ଓ ୩ ଛକା ସହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ସମାଦ ୮ ବଲ୍ରୁ ୨ ଛକା ସହ ୧୯ ରନ କରିଥିଲେ। ହାଇଦ୍ରାବାଦ ୫ ଓ୍ଵିକେଟ୍ ହରାଇ ୧୭୭ ରନରେ ସୀମିତ ରହିଥିଲା।
କେକେଆର ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ସାକିବ ଉଲ ହାସନ, ପାଟ୍ କମିନ୍ସ ଓ ଆନ୍ଦ୍ରେ ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।