ଲକଡାଉନ ର ଆଉ ଆବଶ୍ୟକ ନାହିଁ l#Dreams Rider#
ଭୁବନେଶ୍ୱର : ତା 06/06/2021 ( Dreams Rider ) ଆଗକୁ ଆଉ ଲକଡାଉନ ର ଆବଶ୍ୟକତା ପଡିବ ନାହିଁ । କିନ୍ତୁ, ଲୋକମାନଙ୍କୁ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକ । ବର୍ତ୍ତମାନ ରାଜ୍ୟରେ ୧୦ ପ୍ରତିଶତ ପଜିଟିଭ ହାର ରହିଛି l
ଜୁନ୍ ୧୭ ବେଳକୁ ପଜିଟିଭ ହାର ୫ ପ୍ରତିଶତ ତଳକୁ ଖସି ଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । କେବଳ କିଛି କଟକଣା ମଧ୍ୟରେ ଅନଲକ ପକ୍ରିୟା ଆରମ୍ଭ ହେବ । ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଉପଲବ୍ଧ ନ ଥିଲେ , କୋଭିସିଲ୍ଡ ଟିକା ଲୋକମାନଙ୍କୁ ପ୍ରଦାନ କରାଯାଉ । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆ ନ ଯାଉ । ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେ ୨ୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ବୋଲି ମିଶ୍ର କହିଛନ୍ତି l
Dreamsrider
Jun 6, 2021 - 06:28
Updated: Jun 6, 2021 - 16:15
649
0