ସତ୍ୟ ଘଟଣା ପ୍ରକାଶିତ କରିବା ହେଲା କାଳ : ସମ୍ବାଦିକ ଓ ତାଙ୍କ ପରିବାର କୁ ମରଣାତ୍ମକ ଆକ୍ରମଣ…Dreams Rider

ଦାରିଙ୍ଗବାଡି : ଅପ୍ରିୟ ସତକହିଲେ ସଭିଙ୍କ ଶତୃ ସାଯିବା ସଦୃଶ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି ଚକାପାଦ ବ୍ଲକ ଅଂଚଳରେ। କନ୍ଧମାଳ ଜିଲା ଚକାପଦ ବ୍ଲକରେ କାର୍ଯ୍ୟରତ ରହିଥିବା ସାମ୍ବାଦିକ ଦୀପକୁମାର ହଂସ ଓ ତାଙ୍କ ପରିବାର କୁ ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୁତ୍ତ ସଂଗବଧ ଭାବେ ଆକ୍ରମଣକରି ନିସ୍ତୁକ ମାଡ଼ ମାରିଥିବା ଖବର ହସ୍ତଗତ ହୋଇଛି। କିଛି ଲୋକଙ୍କ ସହାୟତାରେ ସାମ୍ବାଦିକ ଚକାପାଦ ଥାନାରେ ପହଁଚି ଅଭିଯୋଗ କରିଥିବା ବି ଜଣା ପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ ଗତ କିଛିଦିନ ପୂର୍ବେ ଜନୈକ ଜଣେ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଦେଉଥିବା ଚାଉଳ ଓ ଟଙ୍କା ଛାତ୍ର ଛାତ୍ରୀଙ୍କୁ ନ ଦେଇ ନିଜେ ହଡପ କରିଥିବାର ଖବର ପ୍ରକାଶିତ ହୋଇଥିଲା। ସେହି ରାଗରେ ପ୍ରଧାନ ଶିକ୍ଷକ ଙ୍କ ନିର୍ଦେଶକ୍ରମେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରା ଯାଇଥିବା ଆଶା କାରଝାଉଛି। ଥାନା ପକ୍ଷରୁ ବି ଏହିଘଟଣାର ତଦନ୍ତ ଜାରୀ ରଖିଥିବା ପ୍ରକାଶ ପାଇଛି। ଏହି ଭଳି ଅମାନୁଷିକ ଘଟଣାରେ ଜିଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ଦୋଷୀ ପ୍ରଧାନ ଶିକ୍ଷକଙ୍କୁ ଉପଯୁକ୍ତ ଶାସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ସର୍ବ ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଥିବା ପ୍ରକାଶ ପାଇଛି। ଏହି ଘଟଣା ରେ ଚକାପାଦ ଥାନାରେ କେସ ନମ୍ବର 35 ରେ ଏକ ମାମଲା ରୁଜୁ ହୋଇଛି ଏହାକୁ ଭିତ୍ତି କରି Ipc, 447,294,341,323, 109,34 ଧାରା ରେ ମାମଲା ରୁଜୁ ହୋଇଛି କିନ୍ତୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତ କୁ ଗିରଫ କରିନି, ଉକ୍ତ ଅଞ୍ଚଳ ର ସମସ୍ତ ଗାଁ ବାସିନ୍ଦା ଉକ୍ତ ଘଟଣାକୁ ନିନ୍ଦା କରିବା ସହ ସେହି ଶିକ୍ଷକ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି l ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିବାକୁ କନ୍ଧମାଳ sp ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି The post ସତ୍ୟ ଘଟଣା ପ୍ରକାଶିତ କରିବା ହେଲା କାଳ : ସମ୍ବାଦିକଙ୍କ ଓ ତାଙ୍କ ପରିବାର କୁ ମରଣାତ୍ମକ ଆକ୍ରମଣ appeared first on Dreams Rider

ସତ୍ୟ ଘଟଣା ପ୍ରକାଶିତ କରିବା ହେଲା କାଳ : ସମ୍ବାଦିକ ଓ ତାଙ୍କ ପରିବାର କୁ ମରଣାତ୍ମକ ଆକ୍ରମଣ…Dreams Rider
ସତ୍ୟ ଘଟଣା ପ୍ରକାଶିତ କରିବା ହେଲା କାଳ : ସମ୍ବାଦିକ ଓ ତାଙ୍କ ପରିବାର କୁ ମରଣାତ୍ମକ ଆକ୍ରମଣ…Dreams Rider