Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍

ନୂଆଦିଲ୍ଲୀ : ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି UIDAI । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଆକାଉଣ୍ଟଠୁ ଆରମ୍ଭ କରି ପାସପୋର୍ଟ କରିବା ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡ ଆବଶ୍ୟକ, ତେଣୁ ତେଣୁ ଜନ୍ମ ତାରିଖ କିମ୍ବା ଭୁଲ ଠିକଣା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ସେଥିପାଇଁ ଆପଣଙ୍କର ଆଧାରରେ ଥିବା ଭୁଲକୁ ସଂଶୋଧନ କରିନିଅନ୍ତୁ […] The post Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍ appeared first on Odisha Bhaskar.

Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍
ନୂଆଦିଲ୍ଲୀ : ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି UIDAI । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଆକାଉଣ୍ଟଠୁ ଆରମ୍ଭ କରି ପାସପୋର୍ଟ କରିବା ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡ ଆବଶ୍ୟକ, ତେଣୁ ତେଣୁ ଜନ୍ମ ତାରିଖ କିମ୍ବା ଭୁଲ ଠିକଣା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ସେଥିପାଇଁ ଆପଣଙ୍କର ଆଧାରରେ ଥିବା ଭୁଲକୁ ସଂଶୋଧନ କରିନିଅନ୍ତୁ । UIDAI ପକ୍ଷରୁ ଡକ୍ୟୁମେଣ୍ଟଗୁଡିକର ଏକ ଲିଷ୍ଟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଆପଣଙ୍କର ଆଧାର ଅପଡେଟ୍ ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ । ଆଧାର ପ୍ରଦାନକାରୀ ସଂସ୍ଥା UIDAI ନିଜର ଟ୍ୱିଟରେ ଏହାର ସୂଚନା ଦେଇଛି । UIDAI ଅନୁସାରେ, ଆଧାରରେ ପରିଚୟର ପ୍ରମାଣ ପାଇଁ ଏହା ୩୨ ଟି ଡକ୍ୟୁମେଣ୍ଟ ଗ୍ରହଣ କରୁଛି । ପ୍ରୁଫ୍ ଅଫ୍ ରିଲେସନସିପ୍ ପାଇଁ ୧୪ ଟି ଡକ୍ୟୁମେଣ୍ଟ୍, ଡିଓବି ପାଇଁ ୧୫ ଏବଂ ପ୍ରୁଫ୍ ଅଫ୍ ଆଡ୍ରେସ୍ ବା ପିଓବି ପାଇଁ ୪୫ ଟି ଡକ୍ୟୁମେଣ୍ଟ୍ ଆବଶ୍ୟକ । ଆସନ୍ତୁ ଦେଖିବା ଡକ୍ୟୁମେଣ୍ଟଗୁଡିକର ଲିଷ୍ଟ୍ Proof Of Relationship ୧. ମନରେଗା ଜବ୍ କାର୍ଡ ୨. ପେନସନ୍ କାର୍ଡ ୩. ପାସପୋର୍ଟ ୪. ଆର୍ମି କ୍ୟାଣ୍ଟିନ କାର୍ଡ । DOB Documnets ୧. ଜନ୍ମ ପ୍ରମାଣପତ୍ର ୨. ପାସପୋର୍ଟ ୩. ପାନ୍ କାର୍ଡ । ୪. ମାର୍କ ସିଟ୍ । ୫. ଏସଏସଏଲସି ବୁକ୍ / ସାର୍ଟିଫିକେଟ୍ । Proof Of Identity (PoI) ୧. ପାସପୋର୍ଟ ୨. ପାନ୍ କାର୍ଡ । ୩. ରାସନ କାର୍ଡ ୪. ଭୋଟର ଆଇଡି ୫. ଡ୍ରାଇଭିଂ ଲାଇସେନ୍ସ Proof of Address (PoA) ୧. ପାସପୋର୍ଟ ୨. ବ୍ୟାଙ୍କ ଷ୍ଟେଟମେଣ୍ଟ ୩. ପାସବୁକ୍ । ୪. ରାସନ କାର୍ଡ ୫. ପୋଷ୍ଟ ଅଫିସ୍ ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ ୬. ଭୋଟର ଆଇଡି ୭. ଡ୍ରାଇଭିଂ ଲାଇସେନ୍ସ ୮. ବିଦ୍ୟୁତ୍ ବିଲ୍ ୯. ପାଣି ବିଲ୍ The post Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍ appeared first on Odisha Bhaskar.